ଗାନ୍ଧୀ ଜୟନ୍ତିରୁ ଏନ.ଏ.ସି.ରେ ଆରମ୍ଭ ହେଲା ବିଜେଡିର ପଦଯାତ୍ରା
ନୀଳଗିରି :ପବିତ୍ର ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଆଜି ନୀଳଗିରି ଏନ.ଏ.ସି.ର ବିଜୁ ଜନତା ଦଳ ପକ୍ଷରୁ ପବିତ୍ର ଦିବସରେ ପଦଯାତ୍ରା କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି । ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ଇଂ. ରବିନ୍ଦ୍ର କୁମାର ଜେନା ପଦଯାତ୍ରା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ନୀଳଗିରି ଜଗନ୍ନାଥ ମନ୍ଦିରରୁ ବିରାଟ ଶୋଭାଯାତ୍ରାରେ ବିଜୁ ପ୍ରେମୀମାନେ ଏକତ୍ରିତ ହୋଇସହର ପରିକ୍ରମା କରିବା ସହ କଦମସାହି, ଘାଟଘରସାହି, ଚିମିନିଭାଟି, ପ୍ରମୁଖ ୱାର୍ଡରେ ପଦଯାତ୍ରା କରିଥିବା ବେଳେ ନବୀନ ସରକାରଙ୍କର ସ୍ୱଚ୍ଛ ଶାସନ ଉପରେ ସ୍ଳୋଗାନ ଦେଇଥିଲେ । ନୀଳଗିରିର ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ଏବଂ ଏନ.ଏ.ସି. ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ତତ୍ୱାବଧାନରେ ଏନ.ଏ.ସି.ର ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି ପଦଯାତ୍ରାରେ ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ, ବ୍ଲକ ବିଜେଡି ସଭାପତି ବିଜୟ ଲେଙ୍କା, ଏନ.ଏ.ସି. ଉପାଧ୍ୟକ୍ଷା ମହେନ୍ଦ୍ର ବେହେରା, ଜନଜାତି ସେଲର ସଭାପତି ଶରତ ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ତାପସ କୁମାର ପରିଡ଼ା, ଯୁବଛାତ୍ର ଜିଲ୍ଲା ସଭାପତି ସୀମନ କୁମାର ଦାସ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶୁଭେନ୍ଦୁକୁମାର ଜେନା, ଏନ.ଏ.ସି. ମହିଳା ସଭାନେତ୍ରୀ ରଜନତୀ ମହାନ୍ତି, ବରୁଣାପ୍ରଶନ୍ନ ପଟ୍ଟନାୟକ ସମେତ ୫୦୦ ରୁ ଉର୍ଦ୍ଧ୍ୱ କର୍ମୀ ପଦଯାତ୍ରାରେ ସାମିଲ ଥିଲେ । ଏହି ଅବସରରେ କେ.ସି.ହାଇସ୍କୁଲ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତି ଓ ବାଇପାସ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ସମସ୍ତ ନେତୃମଣ୍ଡଳୀ ଓ ଏନ.ଏ.ସିର ସମସ୍ତ ବିଜେଡି କାଉନସିଲର ମାନେ ମାଲ୍ୟାର୍ପଣ କରିଥିଲେ ।
