ରକ୍ତଦାନ ଶିବିର ଅନୁଷ୍ଟିତ
ପୁରୀ : ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଉପଲକ୍ଷେ ଆପଣଙ୍କ ସେବାରେ ଅନୁଷ୍ଠାନ ଦ୍ୱାରା ଏକ ରକ୍ତଦାନ ଶିବିର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ସୁଜାତା ମିଶ୍ର, ଉପମୁଖ୍ୟ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରଣବ ପଟ୍ଟନାୟକ,ରକ୍ତ ଭଣ୍ଡାର ଅଧିକାରୀ ଉପସ୍ଥିତ ରହି ଶିବିରକୁ ଶୁଭାରମ୍ଭ କରିଥିଲେ । ୬୪ ଜଣ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ବନ୍ଧନ ବ୍ୟାଙ୍କ,ଟାଟା ପାୱାର, ନିୟୁ ଇଣ୍ଡିଆ ଆସ୍ୟୁରାନ୍ସ,ଷ୍ଟାର ହେଲପ୍ସ,ଏଚଡ଼ିଏଫସି ବ୍ୟାଙ୍କ ସହଯୋଗ କରିଥିଲେ । ଜିତନ୍ଦ୍ରେ ମହାପାତ୍ର,ମନୋଜ ରଥ, ବିଜୟକୃଷ୍ଣ ବ୍ରହ୍ମା, ବିରଞ୍ଛି ନାରାୟଣ ମିଶ୍ର, ଚିତରଞ୍ଜନ ବିଶ୍ୱାଳ, ଦେବେନ୍ଦ୍ର ମହାରଣା,ଦେବୀ ବ୍ରହ୍ମା,ସୌମ୍ୟଶ୍ରୀ,ଗୌରବ ପାସୋରିଆ, ଅବିନାଷ ମିଶ୍ର, ରବିନା ପଣ୍ଡା, ଅଜ୍ୁର୍ନ ମହାରଣା,ସୁଦର୍ଶନ ସାହୁ, ସଶାଙ୍କ ପ୍ରଧାନ, ଅର୍ଚ୍ଚିତା ରଥ, ଅନୁପମା କର, ଲକ୍ଷ୍ମୀପ୍ରିୟା ସାହୁ, ଦିବ୍ୟରଞ୍ଜନ ଦାଶ ପ୍ରମୁଖ ପରିଚାଳନା କରିଥିଲେ ।
