ରାସ୍ତା ପାଲଟିଛି ମୁକ୍ତାକାଶ ମଦ୍ୟଶାଳା
ପୁରୀ : ରବିବାର ମହାଷ୍ଟମୀ ଓ ଗାନ୍ଧୀଜୟନ୍ତୀ । ଏହି ଅବସରରେ ଗାନ୍ଧୀଘାଟ ଠାରେ ମଦ ଦୋକାନ ବନ୍ଦ କରିବା ପାଇଁ ସତ୍ୟାଗ୍ରହ ଚାଲିଥିବା ବେଳେ ସମୁଦ୍ରକୂଳ ନିକଟ ବାଲି ନୋଳିଆ ସାହି ରାସ୍ତାରେ ଦିନ ଦ୍ୱିପହରରେ ମଦ୍ୟପାନ କରୁଥିବା ଦେଖିବାକୁ ମିଳିଛି । ରାସ୍ତା ଓପରେ ବସି ଗ୍ଲାସ ଓ ଚାଖଣା ରଖି ମଦର ଆସର ଜମାଇଛନ୍ତି । ନିକଟରେ ମଦ ଦୋକାନ ଓ ଫାଷ୍ଟ ଫୁଡ଼ ଦୋକାନ ଥିବାରୁ ଗହଳି ଅଧିକ ଜମୁଥିବା ଦେଖିବାକୁ ମିଳିଛି । ସିବିଚ୍ ଥାନା ପକ୍ଷରୁ ବାରମ୍ବାର ତାଗିଦ୍ କରାଯାଉଥିଲେ ମଧ୍ୟ ଲୋକେ ମାନୁନଥିବା ଜଣାପଡ଼ିଛି ।
