ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବିଜ୍ଞାନ ମେଳା-
ଖଇର : ବାଲେଶ୍ବର ଜିଲା ଅଧୀନ ଖଇରାସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ଶନିବାର ଦିନ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି I ପ୍ରଧାନଶିକ୍ଷକ ଡମ୍ବରୁଧର ବାରିକ ଏହାକୁ ଉଦ୍ଘାଟନ କରିଥିଲେ I ମୋଟ ୧୮ଟି ପ୍ତକଳ୍ପ ସ୍ଥାନିତ ହୋଇଥିଲା I ଜୁନିୟରରେ ଗାୟତ୍ରୀ ମଥାନ ପ୍ରଥମ,ବିପାଶା ନାୟକ ଦିତିୟ, ଶ୍ରିୟାଂଶୁ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିଲେ I ସେହିଭଳି ସିନିୟରରେ ଶୁଭଲକ୍ଷ୍ମଣ ପ୍ରଧାନ ପ୍ରଥମ,ବଳରାମ ବେହେରା ଦ୍ବତୀୟ,ଗାୟତ୍ରୀବସୁ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିଲେ I ଗୁରୁମା ପ୍ରିୟଙ୍କା ବିଶ୍ବାଳ,ଭାଗ୍ୟଶ୍ରୀ ଲେଙ୍କା ମେଳା ପରିଚାଳନାରେ ସହଯୋଗ କରିଥିଲେ I
