କମ୍ପାନୀ ପରିସରରୁ ଲୁହା ସାମଗ୍ରୀ ଚୋରି, ସୁରକ୍ଷାକର୍ମୀ ସମେତ ୩ ଗିରଫ
କଟକ : ଜଗତପୁରସ୍ଥିତ ଏକ କମ୍ପାନୀ ପରିସରରୁ ଲୈାହ ସାମଗ୍ରୀ ଚୋରି କରିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଜଣେ ଟ୍ରଲି ଚାଳକ ଓ ୨ ଜଣ ସୁରକ୍ଷାକର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ସୁରକ୍ଷା କର୍ମୀ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଗୋପପୁରର ଜାନକୀ ବଲ୍ଲଭ ସାହୁ(୪୨), ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗୋପାଳପୁରର ବିନାୟକ ସିଂହ(୨୪) ଓ ଟ୍ରଲି ଚାଳକ ସ୍ଥାନୀୟ ଗୁଜରପୁରର ସେକ୍ ଆଲାମ୍(୨୫) । ମିଳିଥିବା ସୂଚନା ମୁତାବକ, ମେଘା ପେପରସ୍ ପ୍ରାଇଭେଟ ଲିମିଟେଡ୍ରେ ଏସଆଇ ସିକ୍ୟୁରିଟି ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସଂସ୍ଥା ଦ୍ୱାରା ଜାନକୀ ଓ ବିନାୟକ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟରତ ଥିଲେ । ଗତ ଶୁକ୍ରବାର ମଧ୍ୟାହ୍ନରେ ଉଭୟ ଟ୍ରଲି ଚାଳକ ସେକ ଆଲାମ ସହାୟତାରେ ଲୈାହ ସାମଗ୍ରୀ ଚୋରି କରୁଥିବା ନେଇ କମ୍ପାନୀର ମେକାନିକାଲ ଇନଚାର୍ଜ ଅଭିଯୋଗ କରିଥିଲେ । ଟ୍ରଲି ଚାଳକଠାରୁ ଚୋରି ସାମଗ୍ରୀ ଜବତ ଜବତ କରାଯିବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
