ଚୋରି ଘଟଣାରେ ୨ ଗିର‘:୧୦ ମୋବାଇଲ ଜବତ
ସୋର : ଏକ ମୋବାଇଲ ଚୋରି ଘଟଣାରେ ସୋର ପୁଲିସ୍ ଆଜି ୨ ଜଣଙ୍କୁ ଗିର‘ କରି ତାଙ୍କଠାରୁ ୧୦ଟି ଚୋରି ମୋବାଇଲ ଜବତ କରିବା ସହିତ କୋର୍ଟ ଚାଲାଣ କରିଛି । ଗତ ୨୯ ତାରିଖରେ ସୋର ବ୍ଲକ ମାଣତ୍ରୀ ଗ୍ରାମର ସୁରେଶ କୁମାର ଶିଅଳଙ୍କର ଏକ ମୋବାଇଲ ଚୋରି ହୋଇଥିବା ନେଇ ଗତ ଗୁରୁବାର ଦିନ ଅଭିଯୋଗ ହୋଇଥିଲା । ଏ ସଂପର୍କରେ ସୋର ଥାନାରେ ଏକ ଅଭିଯୋଗ ହେବାପରେ ସୋର ପୁଲିସ ୪୨୬/୨୨ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସୋମନାଥପୁର ଖପରପଦା ଗ୍ରାମର ସେକ୍ ରେହେମାନଙ୍କ ପୁଅ ସେକ୍ ‘ୁର୍କାନ(୨୬) ଓ ମୀର ମହୀରାଜଙ୍କ ପୁଅ ମୀର ସ‘ର୍ୁଦ୍ଦିନ(୨୧)କୁ ଗିର‘ କରିଥିବା ବେଳେ ତାଙ୍କ ନିକଟରୁ ୧୦ଟି ମୋବାଇଲ ଜବତ କରିବା ସହିତ ଆଜି ସେମାନଙ୍କୁ ଗିର‘ କରି ଅପରାହ୍ଣରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।ସୋରରେ ଦିବ୍ୟାଙ୍ଗ ମହିଳା ନିଖୋଜ (େ‘ାଟ)ସୋର, ୩୦/୯-ସୋର ପୌରପାଳିକା ଅନ୍ତର୍ଗତ ୧ ନମ୍ବର ୱାର୍ଡ ବଡ଼ଖୁରୀ ଈଶ୍ୱରପୁର ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ଥ ଦିବ୍ୟଙ୍ଗ ମହିଳା ନିଖୋଜ ହୋଇଯାଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି । ଏହି ଗ୍ରାମର ଅଭିମନ୍ୟୁ ନାୟକଙ୍କ ବିବାହିତା ମାନସିକ ବିକାରଗ୍ରସ୍ଥ ଝିଅ ସୁକାନ୍ତି ନାୟକ (୩୫) ଗତ ୨୨ ତାରିଖ ଦିନ ଘରୁ କୁଆଡେ ଚାଲି ଯାଇଥିବା ନେଇ ସୁକାନ୍ତିଙ୍କ ମା’ ବିମଳା ଥାନାରେ ଅଭିଯୋଗ କରିଛନ୍ତ । ସୁକାନ୍ତି କିଛି ଦିନ ପୂର୍ବରୁ ଟ୍ରେନ ଦୁର୍ଘଟଣାରେ ଦୁଇ ହାତ ହରାଇଥିବା ବେଳେ ତାଙ୍କର ମାନସିକ ବିକୃତି ଥିଲା । ତାଙ୍କର ରଙ୍ଗ ଶ୍ୟାମଳ ରଙ୍ଗ, ଯିବାବେଳେ ଏକ କମଳା ରଙ୍ଗରଶାଢ଼ି ପିନ୍ଧିଥିବା ନେଇ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଅଭିଯୋଗ ପାଇ ସୋର ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
