ସୋରରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ସୋର : ସୋର କେଦାରପୁରସ୍ଥିତ ମଧୁସୂଦନ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ରିଲିଆନ୍ସ ‘ଫାଉଣ୍ଡେସନ ଓ ଭୂମିପୁତ୍ର ସେବା ପ୍ରତିଷ୍ଠାନ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଫାଉଣ୍ଡେସନ ମୁଖ୍ୟ ଦିବ୍ୟକାନ୍ତ ନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ପ୍ରଶିକ୍ଷିତ ସ୍ଥାନୀୟ ସ୍ୱେଚ୍ଛାସେବୀହିଁ ବିପର୍ଯ୍ୟୟ ପ୍ରଶମିତ କରିପାରିବେ ବୋଲି କହିଥିଲେ । ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେନ୍ଦ୍ର ବିଶ୍ୱାଳ, ‘ଫାଉଣ୍ଡେସନ ଭଦ୍ରକ, ବାଲେଶ୍ୱର ଜିଲା ମୁଖ୍ୟ ଦିଲ୍ଲୀପ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ କହିଥିଲେ । ଭୂବନେଶ୍ୱର ସିଭିଲ ଡିେ‘ନ୍ସ ପ୍ରଶିକ୍ଷକ ନିଖିଳ କୁମାର ପୃଷ୍ଟି ମହାବିଦ୍ୟାଳୟର ଛାତ୍ର/ଛାତ୍ରୀ ଓ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷିତ କରାଇଥିଲେ । ଭୂମିପ୍ରୁ ପ୍ରତିଷ୍ଠାନର ସଂପାଦକ ଶିଶିର କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନୀଳକଣ୍ଠ ଦାସ, ଜୟପ୍ରକାଶ ଦାସ, ଜୀବନ ଦାସ, ହରିଶ୍ଚନ୍ଦ୍ର ଲେଙ୍କା, ଅନୀଲ କୁମାର ନାୟକ, ରୂଦ୍ରନାରାୟଣ ପଣ୍ଡା ଓ ଗୁଗୁଲି ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
