ବାରିପଦାରେ କଂଗ୍ରେସ ସଂଖ୍ୟାଲଘୁ ସେଲ ବୈଠକ
ବାରିପଦା : ଆଜି ବାରିପଦା ଠାରେ ଜିଲ୍ଲା କଂଗ୍ରେସ ମାଇନରିଟି ସେଲର ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଇନରିଟି ସେଲ ଓଡ଼ିଶା ଇନଚାର୍ଜ ଶେଖ୍ ଅବଦୁଲ କଲାମ, ଓଡ଼ିଶା ପ୍ରଦେଶ କଂଗ୍ରେସ ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ମହମ୍ମଦ ଜିଆ ଉଲ୍ ହକ ଓ ଶେଖ ଅବଦୁଲ ସାଜିଦ୍ ବାରିପଦା ସର୍କିଟ ହାଉସ ଠାରେ ପହଂଚିବା ପରେ ମୟୁରଭଞ୍ଜ ଜିଲ୍ଲା ସଂଖ୍ୟାଲଘୁ ଅଧ୍ୟକ୍ଷ ଶେକ୍ ରଖିମ ଉପଢୋଉକନ ଓ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଜିଲ୍ଲାରେ ସଂଖ୍ୟାଲଘୁ ସଂଗଠନ କିଭଳି ମଜବୁତ ହେବ ସେ ବିଷୟରେ ବୈଠକରେ ଦିଗଦର୍ଶନ ଦେବାସହ ଭାରତ ବର୍ଷ ଭଳି ଏକ ଧର୍ମନିରପେକ୍ଷ ରାଷ୍ଟ୍ରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଗୁରୁତ୍ୱ ଅନେକ । ଭାଇଚାରା ସୃଷ୍ଟି କରି ଦେଶର ଗଣତନ୍ତ୍ରକୁ ସୁଦୃଢ କରିବା ଆମ ସମସ୍ତଙ୍କର କର୍ତବ୍ୟ ବୋଲି କହିଥିଲେ । ଏହି ବୈଠକରେ ଜିଲ୍ଲା ସଭାପତି ହେମନ୍ତ ଦାସ, ପିସିସି ସଭ୍ୟ ଯୋଗେଶ ଅଗ୍ରୱାଲ, ଉପସଭାପତି ଅରବିନ୍ଦ ଦାସ, ନଗର କଂଗ୍ରେସ ସଭାପତି ଶାନ୍ତନୁ ପାଲ, ଏସ ଟି ସେଲର ନିର୍ମଳ ପ୍ରଧାନ, ୱାହିଦା ଅହମ୍ମଦ, ଭାଗିରଥୀ ଘୋଡ଼େଇ, ସେଖ ଅଫଜର, ସେଖ ପପୁ, ସେଖ ମୁନ୍ନା, ଜାଭେଦ ଅଖତର, ସେଖ ସବଜତ, ସେଖ ବାବୁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।
