୩୮ ବର୍ଷରେ ପଦାର୍ପଣ କଲା ତୁଳସୀଚୌରା ଦୂର୍ଗାପୂଜା ଲଣ୍ଡନର ହିଷ୍ଟ୍ରିକାଲ ମିୟୁଜିୟମ ସଦୃଶ ନିର୍ମାଣ ହେଉଛି ତରୋଣ
ବାରିପଦା : ଦୁଇବର୍ଷର କୋଭିଡ କଟକଣା ପରେ ଏଥର ମାହା ଆଡମ୍ବରରେ ବାରେିାଦାରେ ପାଳିତ ହେବାକୁ ଯାଉଛି ଶାରଦୀୟ ଦୁର୍ଗାପୂଜା । ତେବେ ମୃଣ୍ମୟୀ ଦୂର୍ଗାପୂଜାର ପରଂପରା ମୟୂରଭଂଜରେ ବହୁ ପୁରାତନ ହୋଇଥିବା ବେଳେ, ରାଜଦରବାର ସମୟରୁ ବାରିପଦା ରାଜବାଟି ଭିତରେ ଏହି ପୂଜା ହୋଇ ଆସୁଥିବା ବେଳେ, ସର୍ବସାଧାରଣଙ୍କ ପାଇଁ ଏହି ଶାରଦୀୟ ଦୂର୍ଗାପୂଜା ପ୍ରଥମେ ବାରିପଦା ରାଜବାଟି କିଚକେଶ୍ୱରୀ ମନ୍ଦିର ନିକଟ ଦେବୀମାଲା ଠାରେ ରାଜାଙ୍କ ପୃଷ୍ଠପୋଷକତାରେ ଅନୁଷ୍ଠିତ ହୋଇ ଆସୁଥିଲା । ପରେ ପରେ ସହରର ବିଭିନ୍ନ ସ୍ଥାନରେ ମୃଣ୍ମୟୀ ଦୂର୍ଗାପୂଜା ଅନୁଷ୍ଠିତ ହୋଇ ଆସୁଛି । ବାରିପଦା ସହରର ମୋଟ ୨୬ ଟି ସ୍ଥାନରେ ଏବେ ଦୂର୍ଗାପୂଜା ଅନୁଷ୍ଠିତ ହେଉଥିବା ବେଳେ, ତୁଳସୀଚୌରା ଓ ପାଲବଣି ଠାରେ ହେଉଥିବା ଦୂର୍ଗା ପୂଜାରେ ସୁଦୃଶ୍ୟ ତୋରୋଣ ସାଜସଜ୍ଜା ମେଳା ଆଦି ପାଇଁ ଏହି ଦୁଇ ପୂଜା ମଣ୍ଡପ ବାରିପଦା ଦୂର୍ଗାପୂଜାରେ ପ୍ରତିବର୍ଷ ଚର୍ଚ୍ଚାରେ ରହିଥାଏ । ତେବେ ଚଳିତ ବର୍ଷ ତୁଳସୀ ଚଉରା ଦୂର୍ଗାପୂଜା ଏଥର ୩୮ ବର୍ଷରେ ପଦାର୍ପଣ କରିଥିବା ବେଳେ, ଏଠାରେ ୧୯୮୫ ମସିହାରେ ପ୍ରଥମେ ସୁରେଶ ନାୟକ, ସୁବାସ ଚନ୍ଦ୍ର ଗିରି, ଅରୁଣ ସାହାଣୀ, କୁଳକାନ୍ତ ଗିରି, ଅରୁଣ ଘୋଷ, ଶାନ୍ତନୁ କର ପ୍ରମୁଖ କିଛି ସ୍ଥାନୀୟ ବୁଦ୍ଧିଜିବୀ ଦୂର୍ଗାପୂଜା ୧୦ହଜାର ଟଙ୍କା ବଜେଟରେ ଆରମ୍ଭ କରିଥିଲେ । ଏଥର ତୁଳସୀଚୌରା ପୂଜା ମଣ୍ଡପ ତୋରଣ ଲଣ୍ଡନର ହିଷ୍ଟ୍ରିକାଲ ମିୟୁଜିୟମ ଆଧାରରେ ନିର୍ମାଣ ହେଉଛି । ଏହାକୁ କଟକର ଏକ ଟେଂଟ ହାଉସ ପକ୍ଷରୁ ନିର୍ମାଣ କରାଯାଉଥିବା ବେଳେ ଏହାର ବଜେଟ ୨୫ ଲକ୍ଷ ପାଖାପାଖି ରହିଛି । ଏଠାରେ ୬୦ ରୁ ଉର୍ଦ୍ଧ କାରିଗର ଦିନରାତି କାମରେ ଲାଗିଥିବାର ଜଣା ଯାଇଛି । କଟକର ମୂର୍ତୀ କାରିଗର ମାଙ୍କ ମୂର୍ତି କାର୍ଯ୍ୟ ମଧ୍ୟ ଜୋରଦାର ଚଳାଇଥିବା ଦେଖା ଯାଇଛି । ସେହିପରି ଏଠାରେ ୧୦ ଦିନ ଧରି ପୂଜା ଅବସରରେ ମୀନା ବଜାର ମେଳା ଲାଗିରହିବା ସହିତ ପ୍ରତିଦିନ ସଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା କରାଯାଇଛି । ତେବେ ଏହି ପୂଜା ମଣ୍ଡପରେ ପ୍ରତିବର୍ଷ ବ୍ୟାପକ ଭୀଡ ପରିଲକ୍ଷିତ ହେଉଥିବାରୁ ଭୀଡ ନିୟନ୍ତ୍ରଣ ପାଇଁ ମଧ୍ୟ ପୋଲିସ ପ୍ରସାଶନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବାର ଜଣା ଯାଇଛି । ଦୀର୍ଘ ୨ବର୍ଷ ପରେ ଏଥର ଧୂମଧାମରେ ଦୂର୍ଗାପୂଜା ଅନୁଷ୍ଠିତ ହେଉଥିବାରୁ ପୂଜା ଶୃଙ୍ଖଳିତ ଭାବରେ ମାଙ୍କୁ ଦର୍ଶନ କରିବା ସହିତ ମେଳାର ମଜା ଉଠାଇବାକୁ ତୁଳସୀ ଚୌରା ପୂଜା କମିଟିର ସଭାପତି ସମାଜସେବୀ ଗିରିଶ ଚନ୍ଦ୍ର ଦାସ, ସମ୍ପାଦକ ବାସୁଦେବ ପ୍ରଧାନ, ଉପସଭାପତି ବିବେକାନନ୍ଦ ନାୟକ, ଅନନ୍ତ ଦାସ, ସହ ସମ୍ପାଦକ ପ୍ରହଲ୍ଲାଦ ବେହେରା, ସତ୍ୟଜିତ କର, ସରୋଜ ଶତପଥି, କୋଷାଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଦାସ, ସହ କୋଷାଧ୍ୟକ୍ଷ ତାପସ ଖିଲାର ପ୍ରମୁଖ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
