୧ନଂ ୱାର୍ଡରେ ସ୍ୱାଧୀନତାର ଉଛ୍ୱାସ ପର୍ବ ପାଳିତ
ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ୧ନଂ ୱାର୍ଡ କାଉନସିଲର ସୁକେଶିନୀ ସେଠୀଙ୍କ ନେତୃତ୍ୱରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ସ୍ୱାଧୀନତାର ଉଛ୍ୱାସ ପର୍ବ ପାଳିତ ହୋଇଯାଇଛି ଓ ଏହି ଅବସରରେ ୱାର୍ଡର ବେଲଗଡ଼ିଆ, ଟାଙ୍କିସାହି, ଝିଂଜିରିବନ୍ଧ ଓ ରାଜୀବ କଲୋନୀର ବସ୍ତି ବାସିନ୍ଦା ସଙ୍ଘରେ ଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ ତଥା ଝିଅ, ବୋହୁ ମାନଙ୍କ ମଧ୍ୟରେ ଝୋଟି, ନୃତ୍ୟ ଓ ସଙ୍ଗୀତ ପ୍ରଯୋଗିତା ଅନୁଷ୍ଠିତ ହେବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି ଓ ଶତାଧିକ ପ୍ରତିଯୋଗୀଙ୍କ ମଧ୍ୟରୁ ୮୦ ଜଣ କୃତିତ୍ୱ ଲାଭ କରି ପୁରସ୍କୃତ ହୋଇଥିଲେ ଓ ମୁଖ୍ୟ ଅତିଥି ଭାବେ ବାରିପଦା ନଗରପାଳ କୃଷ୍ଣନନ୍ଦ ମହାନ୍ତି ଯୋଗଦେଇ ପୁରସ୍କାର ବିତରଣ କରିଥିଲେ ଓ ଶିକ୍ଷକ ସୋମନାଥ ସିଂହ, ସମାଜସେବୀ ଅମର କୁମାର ସେଠି, ଆଇନଜୀବୀ ଦୀପକ କୁମାର ମିଶ୍ର, ଟାଙ୍କିସାହି ବସ୍ତି ବାସିନ୍ଦା ସଂଘର ସୁନୀଲ କୁମାର ନାୟକ, ରବି ନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ବସ୍ତି ବାସିନ୍ଦା ସଙ୍ଘର ସଭାନେତ୍ରୀ ଓ ସମ୍ପାଦିକାଙ୍କ ସମେତ ଭଗବତୀ ଭୂୟାଁ, ନିବେଦିତା ବେହେରା, ପୂର୍ବତନ କାଉନସିଲର ଦୁର୍ଗାମଣୀ ଆଚାର୍ଯ୍ୟ, ଜୟସ୍ମିତା ମହାନ୍ତି, ପ୍ରତିଭା ସାମଲ ପ୍ରମୁଖ ଉପସ୍ଥିତ ଥିଲେ ଓ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନଙ୍କ ଦ୍ୱାରା ପାରିବେଷିତ ନୃତ୍ୟ ସମସ୍ତଙ୍କ ମନ ମୋହିଥିଲା
