ସ୍ୱାଧିନତାର ୭୫ବର୍ଷ ପୁର୍ତ୍ତି ଲାଗି ପୌରାଞ୍ଚଳରେ ବିଭିନ୍ନ ପ୍ରତିଯୋଗିତା
ଜଳେଶ୍ୱର : ସ୍ୱାଧିନତାର ୭୫ବର୍ଷ ପୁର୍ତ୍ତି ଅବସରରେ ଜଳେଶ୍ୱର ପୌରପାଳିକାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ୧୧ନଂ ୱାର୍ଡ କୁମ୍ଭାର ସାହି ଆଦର୍ଶ କଲୋନୀଠାରେ ପିଲାଙ୍କ ମଧ୍ୟରେ ନୃତ୍ୟ, ଚିତ୍ରଙ୍କନ ଓ ସଂଗୀତ ଏବଂ ମହିଳାଙ୍କ ମଧ୍ୟରେ ଝୁଟି ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସଭାରେ କାଉସିଲର ସୁଷମା କର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥିଭାବେ ପୌରପାଳ ପ୍ରତୀପ କୁମାର ପ୍ରଧାନ, ମୁଖ୍ୟବକ୍ତାଭାବେ ଉପନଗରପାଳ ପୁଷ୍ପପ୍ରିୟା କାମିଳା ଯୋଗ ଦେଇଥିଲେ । ବସ୍ତି ଉନ୍ନୟନ ସଂଘ ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ବିଜୟ କୁମାର କାମିଳା, ଆନନ୍ଦ କର, ସଂଜିବ ପାଳ, ମନ୍ତ୍ରୀ ପ୍ରତିନିଧି ସତ୍ୟ ଦାସମହାପାତ୍ର, ଦିପୁ ସାମନ୍ତ ଓ ପଦାଧିକାରୀମାନେ ଯୋଗ ଦେଇଥିବା ବେଳେ କୃତି ମହିଳା ଓ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ୧୨ନଂ ୱାର୍ଡ କୁମ୍ଭାର ସାହିରେ ଅନୁରୂପଭାବେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପୌରପାଳ ଶ୍ରୀ ପ୍ରଧାନଙ୍କ ସହିତ ପୌର ଅଧିକାରି ଅଜୟ କୁମାର ମହାପାତ୍ର ଅତିଥିଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଜୀବ ପାଳ, ସତ୍ୟ ଦାସ ମହାପାତ୍ର, ଗୁରୁଚରଣ ହାଁସଦା, ବାପୁନୁ ହାଁସଦ, ଦୀପୁ ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ ।
