ଯୁଗସ୍ରଷ୍ଟା କବି ରାଧାନାଥଙ୍କ ଜୟନ୍ତୀ ପାଳିତ
ଜଳେଶ୍ୱର : ଆଜି ଲକ୍ଷ୍ମଣନାଥ ଉଚ୍ଚ ବିଦ୍ୟାଳୟରେ ଦୀନକୃଷ୍ଣ ସ୍ମୃତି ପରିଷଦ ପକ୍ଷରୁ କବିବର ରାଧାନାଥ ରାୟଙ୍କର ୧୭୫ ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରାଣକୃଷ୍ଣ ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟର ଅମୃତମୟ ଫଳ ବୋଲି କବିଙ୍କୁ ଚିତ୍ରଣ କରି ସେ ଯୁଗସ୍ରଷ୍ଟା ବୋଲି ଅବିହିତ କରିଥିଲେ । କବି ବସନ୍ତ ଦାସ ମୁଖ୍ୟବକ୍ତାଭାବେ ଯୋଗ ଦେଇ ଏହି ବିଦ୍ୟାଳୟ ସହିତ ରାଧାନାଥଙ୍କର ବହୁ ସ୍ମୃତି ଥିବା କହିଥିଲେ । ସୁବ୍ରତ ଘୋଷଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ରଂଜନ ଘୋଷ ସ୍ୱ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅମୃତା ସାହୁ, ରାଜଶ୍ରୀ ଧଳ, ପ୍ରଦୀପ ଜେନା, ନିର୍ମାଳାରାଣୀ ପାତ୍ର, ବିଶ୍ୱମୋହିନ ମଣ୍ଡଳ ପ୍ରମୁଖ ରାଧାନାଥ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥି ଲେ । ପ୍ରଥମେ କବି ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଶିକ୍ଷକ ଗଣେ ସିଟ ଧନ୍ୟବାଦ ଦେଇଥିଲେ । ବଂଶୀ କୁମାର ଦାସ, ସତ୍ୟନାରାୟଣ ସିଂହ ପ୍ରମୁଖ ପରିଚାଳନା କରିଥିଲେ ।
