ଅତିରିକ୍ତ ଜିଲା ଶିକ୍ଷାଧିକାରୀଙ୍କ ମହାନତା : ଦୁର୍ଘଟଣାଗ୍ରସ୍ତ ଶିକ୍ଷୟତ୍ରୀଙ୍କୁ ନିଜଗାଡିରେ ପଠାଇଲେ ହସ୍ପିଟାଲ
ଜଳେଶ୍ୱର : ଆଜି ମଧ୍ୟାହ୍ନରେ ବାଲେଶ୍ୱର ଜିଲାର ଅତିରିକ୍ତ ଶିକ୍ଷାଧିକାରୀ ଜଳେଶ୍ୱର ଗସ୍ତରେ ଆସିଥିଲେ । ଖୁଲୁଡାସ୍ଥିତ ଶୀତଳାମାତା ଉଚ୍ଚ ବିଦ୍ୟାଳୟରେ ହେଉଥିବା ‘ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ’ରେ ଯୋଗଦେବାଲାଗି ବିଆର୍ସିସି ସୁଶାନ୍ତ ଜେନାଙ୍କ ସହିତ ସେ ଗଲାବେଳେ ବର୍ତ୍ତନା ମଠ ନିକଟ ରାସ୍ତା ଉପାରେ ଦୁର୍ଘଟଣାଗ୍ରସ୍ତ ଶିକ୍ଷୟତ୍ରୀଙ୍କୁ ଦେଖି ଅଟକିଥିଲେ । ଶିକ୍ଷୟତୀ ଜଣଙ୍କୁ ଗୁରୁତର ଅବସ୍ଥା ଦେଖି ନିଜ ଗାଡିରୁ ଓହ୍ଲାଇ ତୁରନ୍ତ ତାଙ୍କୁ ନିଜ କାର୍ରେ ବସାଇ ଚିକିତ୍ସାଲାଗି ଜିକେଭଟ୍ଟର ହସ୍ପିଟାଲକୁ ପଠାଇଥିଲେ । ସେ ନିଜେ ଅନ୍ୟଏକ ମଟର ସାଇକେଲରେ ଲିଫ୍ଟ ଯାଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅତିରିକ୍ତ ଶିକ୍ଷାଧିକାରୀଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରସଂସା କରାଯାଇଛି । ସୂଚନାଯୋଗ୍ୟ ଆରୁହା ୟୁଜିଏମ୍ଇ ବିଦ୍ୟାଳୟର ଶିକ୍ଷୟତ୍ରୀ ପୂଜା ପରିଡା ନିଜ ସ୍କୁଟିରେ ଗଲାବେଳେ ଏକ ମାଙ୍କଡ ତାଙ୍କ ଉପରକୁ ଡିଆଁ ମାରିବାରୁ ଏପରି ଦୁର୍ଘଟଣାର ଶୀକାର ହୋଇଥିବା ଜଣାଯାଇଛି ।
