ବିଦ୍ୟାଳୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କଲେ କାଉନସିଲର
ବାରିପଦା : ବାରିପଦା ସହରର ୧ନଂ ୱାର୍ଡର ବେଲଗଡ଼ିଆ ସ୍ଥିତ ଭଂଜଭୂମି ଉଚ୍ଚ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କଲେ ୱାର୍ଡର କାଉନସିଲର ସୁକେଶିନୀ ସେଠି ଓ ବିଦ୍ୟାଳୟ ପରିସରରେ ବିଶୁଦ୍ଧ ପାନୀୟ ଜଳର ଅସୁବିଧା ଜାଣି କାଉନସିଲର ଶ୍ରୀମତୀ ସେଠି ନିଜ ଉଦ୍ୟମରେ ଶାଶୁ କନକଲତା ସେଠି ଓ ଶ୍ୱଶୁର ରଘୁନାଥ ସେଠିଙ୍କ ସ୍ମୃତିରେ ପାଣିଟାଙ୍କି ସହ ଏକ୍ୱାଗାର୍ଡର ବ୍ୟବସ୍ଥା କରିଛନ୍ତି ଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣଓନନ୍ଦ ମହାନ୍ତି ଏହି ଜଳ ଯୋଗାଣ ବ୍ୟବସ୍ଥାର ଶୁଭ ଉଦଘାଟନ କରିବା ସହ କାଉନସିଲରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଓ ତତସହିତ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ସ୍ଥାନୀୟ ବାସିନ୍ଦା ମଧ୍ୟ କାଉନସିଲରଙ୍କୁ ଧନ୍ୟବାଦ ଦେଇଛନ୍ତି ଓ ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରକାଶ ବେହେରା ସମେତ ସତ୍ୟନାରାୟଣ ଜୀ, ବେବେନ୍ଦ୍ର ନାଥ ଦେ, ଶିବ ମାଝୀ, ଶିବ ଶଙ୍କର ଦାସ, ଆଇନଜୀବି ଦୀପକ କୁମାର ମିଶ୍ର, ସମାଜସେବୀ ଅମର କୁମାର ସେଠି, ଶିକ୍ଷକ ସୋମନାଥ ସିଂହ, କ୍ଷୀରୋଦ ଭୂୟାଁ, ଭାଗବତୀ ଭୂୟାଁ, ନିବେଦିତା ବେହେରା, ଜୟସ୍ମିତା ମହାନ୍ତି, ସୁଜାତାରାଣୀ ସାହୁ, ତଥା ପ୍ରଧାନ ଶିକ୍ଷୟତ୍ରୀ ଅନିତା କୁଁଅର, ସହକାରୀ ଶିକ୍ଷକ କୃଷ୍ଣ ଚନ୍ଦ୍ର ବେହେରା, ସତ୍ୟ ବ୍ରତ ସିଂହ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ଓ
