କେନ୍ଦୁଝର ରେ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
କେନ୍ଦୁଝର : ଜିଲ୍ଲାପାଳ ଆଶିଷ ଆଶିଷ ଠାକରେଙ୍କ ନିର୍ଦ୍ଦେଶକ୍ରମେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ କୁଇଜ ଓ ବକ୍ତୃତା ପ୍ରତିଯୋଗିତା ସ୍ଥାନୀୟ ଏନ.ଏସ ପୋଲିସ ହାଇସ୍କୁଲରେ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଘଟଗାଁ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ଧୀରେନ ମହାନ୍ତି, ଅବସରପ୍ରାପ୍ତ ଜିଲ୍ଲା ନିୟୋଜନ ଅଧିକାରୀ ଦୈତାରୀ ସେଠୀ, ଏନ.ଏସ ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସନ୍ତୋସିନୀ ସେଠୀ ଯୋଗ ଦେଇଥିଲେ । ଏହି ଅବସରରେ ଉଚ୍ଚବିଦ୍ୟାଳୟ ସ୍ତରୀୟ କୁଇଜ ପ୍ରତିଯୋଗିତା ଓ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଚ୍ଚବିଦ୍ୟାଳୟ ସ୍ତରୀୟ କୁଇଜ ପ୍ରତିଯୋଗିତାରେ ଏନ ଏସ ପୋଲିସ ହାଇସ୍କୁଲ ର ଛାତ୍ର ନିତ୍ୟାନନ୍ଦ ପାତ୍ର ପ୍ରଥମ, କଲେଜ ରୋଡ଼ ହାଇସ୍କୁଲ ବଡ଼ହଳର ଛାତ୍ରୀ ଆନ୍ଦୋମୟୀ ମଲ୍ଲିକ ଦିତୀୟ ଓ ଏନ ଏସ ପୋଲିସ ହାଇସ୍କୁଲର ଛାତ୍ର ବିଶ୍ୱଜିତ ସେଠୀ ତୃତୀୟ ସ୍ଥାନ ଅଧିକାରକରି ପୁରସ୍କୃତ ହୋଇଛନ୍ତି । ସେହିପରି ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କେ.ଏସ.ଇ ସେକେଣ୍ଡାରୀ ଉଚତର ବିଦ୍ୟାଳୟ ର ଶ୍ରୀ ମାନସ ରଂଜନ ଦୀକ୍ଷିତ, ଧରଣୀଧର ଜୁନିୟର ମହାବିଦ୍ୟାଳୟ ର ପଦ୍ମିନୀ ଓଝା, ରବୀନ୍ଦ୍ର ବିଦ୍ୟାନିକେତନ କେନ୍ଦୁଝର ର ସରିତା ପ୍ରଧାନ ଯଥାକ୍ରମେ ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ପ୍ରାରମ୍ଭ ରେ ରାମେସଚନ୍ଦ୍ର ନାୟକ, ସହ-ନିର୍ଦେଶକ ପର୍ଯ୍ୟଟନ କେନ୍ଦୁଝର \”ବିଶ୍ୱ ପର୍ଯ୍ୟଟନ ଦିବସ’ ର ଉଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର କର୍ମଚାରୀ ବିକ୍ରମ କେଶରୀ ପାତ୍ର, ପ୍ରଶାନ୍ତ ନାୟକ, ଦେବାଶିଷ ପତ୍ରେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାନାରେ ସହଯୋଗ କରିଥିଲେ ।
