ଆଦାନୀ ସୋଲାର ପ୍ଲାଣ୍ଟର ଜମି ଅଧିଗ୍ରହଣର ଚାରି ବର୍ଷ ପରେ ବି ମିଲୁନି ଚାଷୀଙ୍କୁ କ୍ଷତିପୂରଣ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଆଦାନୀ ଗ୍ରୁପ ପକ୍ଷରୁ ଆଦାନୀ ସୋଲାର ପ୍ଲାଣ୍ଟ ନିମନ୍ତେ ଜମି ଅଧିଗ୍ରହଣ ଶେଷ ହୋଇ ଯାଇଥିଲେ ସୁଦ୍ଧା ଚାଷୀଙ୍କୁ ମିଳିନି କ୍ଷତିପୂରଣ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣି୍ଟ ବ୍ଲକ୍ ଅନ୍ତର୍ଗତ ଚରମୂଳା ଗ୍ରମରେ ଭାରତର ଏକ ନାମୀ ଦାମୀ କମ୍ପାନୀ ଆଦାନୀ ଗ୍ରୁପ ଅଫ କଂପାନୀ କରିଛି ଦୁଇ ଶହ ଏକର ଜମିରେ ସୋଲାର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର । ପୂର୍ବରୁ ଏହି ଆଦାନୀ ସୋଲାର ପାୱାର ପ୍ଲାଣ୍ଟ ପାଇଁ ଅନେକ ବିରୋଧ କରି ପ୍ରତିବାଦ କରିଥିଲେ ଗ୍ରାମବାସୀ । ଶେଷରେ ଏହି ଗ୍ରାମରେ ନିର୍ମାଣ ହୋଇଥିଲା ଆଦାନୀ ସୋଲାର ପାୱାର ପ୍ଲାଣ୍ଟ । ଦୁଇ ଶହ ଏକର ଜମିରେ ହୋଇଥିବା ପ୍ଲାଣ୍ଟ ଭାରତର ବିଶିଷ୍ଟ ବ୍ୟବସାୟୀ ଆଦାନୀଙ୍କ ପ୍ରକଳ୍ପ କୁ ନେଇ ଉଠିଛି ଅନେକ ଗୁଡିଏ ପ୍ରଶ୍ନ । ଜମି ଅଧିଗ୍ରହଣର ଚାରି ବର୍ଷ ଅତିବାହିତ ହୋଇ ଯାଇଥିଲେ ସୁଦ୍ଧା ଚାଷୀଙ୍କୁ ମିଳିନି କ୍ଷତିପୂରଣ । ଏହି ଅଂଚଳର ପ୍ରାୟ ସାତ ରୁ ଆଠ ଜଣ ଚାଷୀଙ୍କ ପ୍ରାୟ ପନ୍ଦର ରୁ କୋଡିଏ ଏକର ଜମି ର କ୍ଷତିପୂରଣ ଦେଈ ନାହିଁ କମ୍ପାନୀ । କ୍ଷତିପୂରଣ ପାଈଁ ବାରମ୍ୱାର ଧାଇଁବାକୁ ପଡ଼ୁଛି କମ୍ପାନୀ ଅଧିକରୀଙ୍କ ନିକଟକୁ । ଅନ୍ୟ ଏକ ଘଟଣାରେ ଏମ ସିମୁଡୁ ନାଇଡୁ ନାମକ ଚାଷୀଙ୍କ ଜମିକୁ କଂପାନୀ ପକ୍ଷରୁ ଚଂଚକତା କରି ଜମି ହଡ଼ପ କରି ନେଇଥିବା ଅଭିଯୋଗ କରିଛନ୍ତି ପାରିବାର ପକ୍ଷରୁ । ଅଦାଲତର ଦ୍ୱାରସ୍ଥ ହୋଇ କଂପାନୀ ବିରୋଧ ରେ ମାମଲା ଦାୟର କରିଛନ୍ତି ଜମି ମାଲିକ ଓ ତାଙ୍କ ଉତରାଧିକାରୀ । ଚାରି ଏକର ତିରିଶ ସେଣ୍ଟ ଜମି ଦୁଇ ଜଣ ନାମରେ ରହିଥିବା ଜମିକୁ ଜଣେ ଖାତାଦାରଙ୍କ ଦସ୍ତଖତ କରି ଦଲିଲ କରି ନେଇଥିବା ଅଭିଯୋଗ କରିଛନ୍ତି ପାରିବାର ପକ୍ଷରୁ । ଅନ୍ୟ ଖାତାଦାର ଙ୍କ ବିନା ଅନୁମତିରେ ବିନା ଦସ୍ତଖତ ରେ କଂପାନୀ କିପରି ଅଧିଗ୍ରହଣ କଲା ବୋଲି ପ୍ରଶ୍ନ କରିଛନ୍ତି ଚାଷୀ ପରିବାର । ୨୦୧୮ ମସିହାରେ ଦଲିଲ ଓ ଅଧିଗ୍ରହଣ ହେଇଥିଲେ ମଧ୍ୟ ଏ ଯାଏଁ ମିଳି ନାହିଁ କୌଣସି କ୍ଷତିପୂରଣ । ନବରଙ୍ଗପୁର ଜିଲ୍ଲା ଏକ ଶିଳ୍ପ ବିହୀନ ଜିଲ୍ଲା ହୋଇଥିବା ବେଳେ ଆଦାନୀ ଗ୍ରୁପ ପକ୍ଷରୁ ଏ ଅଂଚଳରେ ନିର୍ମାଣ ହୋଇଥିବା ପ୍ରକଳ୍ପ ପକ୍ଷରୁ ଚାଷୀ ଙ୍କୁ ଶୋଷଣ ର ଶିକାର ହେଉଥିବା ସହଜରେ ବିଶ୍ୱାସ କରି ହେଉନାହିଁ ବୋଲି ଚରାମୂଳା ଗ୍ରାମର ଜମି ହରାଇଥିବା ଚାଷୀ ମାନେ କହିଛନ୍ତି । ଯଥା ଶୀଘ୍ର କ୍ଷତି ପୂରଣ ନ ମିଳିଲେ ଅନ୍ୟ ପନ୍ଥା ଅବଲମ୍ବନ କରିବା ପାଇଁ ଚେତାବନୀ ଦେଇଛନ୍ତି ଚାଷୀ । ଏଥିରେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ କରି ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ସାଧାରଣ ରେ ଦାବି ଉଠୁଛି ।
