କୁଡୁମୀ ଆନ୍ଦୋଳନ ବାବଦରେ ପ୍ରତିକ୍ରିୟା ରଖି ବିବାଦରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ କୁଶପୁତଳିକା ଦାହ
ବାରିପଦା : କୁଡୁମୀ ସଙ୍ଗଠନ ସମୁହ ପକ୍ଷରୁ ପୁନଃ ଆଦିବାସୀ ତାଲିକା ଭୁକ୍ତ ହେବା ପାଇଁ ଚାଲିଥିବା ଆନ୍ଦୋଳନ ବିଷୟରେ ଏକ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କୁଡୁମୀ ମାନେ ଏହିଭଳି ଶହଶହ ବର୍ଷ ଧରି ଆନ୍ଦୋଳନ କଲେ ମଧ୍ୟ କୌଣଷି ଲାଭ ହେବ ନାହିଁ ଦାବୀପୁରଣ ପାଇଁ ପ୍ରପାର ଚେନାଲରେ କାମ କରିବା ଦରକାର । କିଛି ଲୋକ ରାଜନୈତିକ ଫାଇଦା ପାଇଁ କୁଡୁମୀ ମାନଙ୍କୁ ମୋହରା କରୁଥିବା କହିଥିଲେ । ଏହାକୁ କେନ୍ଦ୍ରକରି ଆଜି ମିଳିତ କୁଡୁମୀ ସମାଜ ପକ୍ଷରୁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କର କୁଶ ପୁତଳିକା ଦାହ କରିଛନ୍ତି । ସୂଚନା ଅନୁଯାୟୀ, କୁଡୁମୀ ସମ୍ପ୍ରଦାୟକୁ ୧୯୫୦ ମସିହା ସେପ୍େଟମ୍ବର ୬ରୁ ଆଦିବାସୀ ତାଲିକାରୁ ବାଦ ଦିଆଯାଇଥିଲା । ଏହା ପରେ କୁଡୁମୀ ଜାତିକୁ ପୁନଃ ଆଦିବାସୀ ତାଲିକା ଭୁକ୍ତ କରିବା ପାଇଁ ଦାବି ହେଇ ଆସୁଥିଲେ ମଧ୍ୟ ଦାବି ପୂରଣ ହେଉନାହିଁ । ତେଣୁ କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବି ନେଇ କୁଡୁମୀ ସମ୍ପ୍ରଦାୟର ଶତାଧିକ ପୁରୁଷ ଓ ମହିଳା ମାନେ କର୍ମକର୍ତା ମାନେ ୨୦ତାରିଖରେ ଏକତ୍ରିତ ହୋଇ ଭଂଜପୁର ରେଳ ଷ୍ଟେସନ ଠାରେ ୩ଘଣ୍ଟା ଧରି ରେଳ ଧାରଣା ଉପରେ କରି ବସି ଆନ୍ଦୋଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ନେଇ କେନ୍ଦ୍ରମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ଏକ ଘରୋଇ ବୈଦୁତିକ ଗଣମାଧ୍ୟମରେ ପ୍ରଦାନ କରିଥିଲେ । ଯାହାକୁ କେନ୍ଦ୍ର କରି ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜିର ବିକ୍ଷୋଭରେ ଚିତରଂଜନ ମହାନ୍ତ, ଅବନୀ ମହାନ୍ତ, ବସନ୍ତ କୁମାର ମହାନ୍ତ, ମନୋଜ ମହାନ୍ତ, ଡାକ୍ତର ମହାନ୍ତ, ହୃଦାନନ୍ଦ ମହାନ୍ତ, ରଜନୀକାନ୍ତ ମହାନ୍ତ, ହରିଶଙ୍କର ମହାନ୍ତ ଓ ଦିପୁ ମହାନ୍ତ ପ୍ରମୁଖଙ୍କ ସମେତ ବହୁ ପୁରୁଷ ମହିଳା ଉପସ୍ଥିତ ଥିଲେ । ସେହିପରି କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବୀରେ ଦୀର୍ଘବର୍ଷ ଧରି ପଲ୍ଲୀରୁ ଦିଲ୍ଲି ଆନ୍ଦୋଳନ କରିଆସୁଥିବା କୁଡୁମୀ ସେନାର ରାଜ୍ୟ ସଭାପତି ଜୈମୁନୀ ମହାନ୍ତ Iକୁଡୁମୀ ଜାତି ପ୍ରତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପରିହାସ ସୂଚକ ମନ୍ତବ୍ୟକୁ କୁଡୁମୀ ସେନା ପକ୍ଷରୁ ବିରୋଧ କରାଯାଉଥିବାର କହିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲକ୍ଷ ଲକ୍ଷ କୁଡୁମୀ ଲୋକଙ୍କ ଆବେଗକୁ କ୍ଷତାକ୍ତ କରିଛି ଏବଂ ମନ୍ତ୍ରୀ ଶ୍ରୀ ଟୁଡୁ ତୁରନ୍ତ ଏହି ମନ୍ତବ୍ୟକୁ ପ୍ରତ୍ୟାହାର କରିବା ସହିତ ନିସର୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ ଦାବୀ କରିଛନ୍ତି ।
