କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ପ୍ରତିବାଦରେ ୨୯ରେ ରାଜ୍ୟସ୍ତରୀୟ ଗଣବିକ୍ଷୋଭ
କଟକ : ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ସମେତ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଓ ଔଷଧର ମୂଲ୍ୟ ହ୍ରାସ କରିବା, ସହରାଂଚଳର ବସ୍ତିବାସିନ୍ଦାମାନଙ୍କୁ ଆଇନ୍ ଅନୁଯାୟୀ ଥଇଥାନ କରିବା, ସମସ୍ତ ଭୂମିହୀନଙ୍କୁ ଘରଡିହ ସହ ଜମିପଟ୍ଟା ଯୋଗାଇ ଦେବା, ଜାତୀୟ ଶିକ୍ଷାନୀତି-୨୦୨୦କୁ ସମ୍ପୂର୍ଣ୍ଣ ବାତିଲ କରିବା, ବନ୍ଦ କରାଯାଇଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ତୁରନ୍ତ ଖୋଲିବା, ରାଜ୍ୟର ସମସ୍ତ ଚିକିତ୍ସାଳୟରେ ପ୍ରୟୋଜନ ମୁତାବକ ବିଶେଷଜ୍ଞ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତ କରିବା, ସାର, ବିହନ, କୀଟନାଶକ ଓ କୃଷି ଉପକରଣର ସୁଲଭ ମୂଲ୍ୟରେ ଯୋଗାଇ ଦେବା ସହ ଜଳସେଚନର ସୁବ୍ୟବସ୍ଥା କରିବା, ପ୍ରତି ପଂଚାୟତରେ ସରକାରୀ ମଣ୍ଡି ପ୍ରତିଷ୍ଠା କରିବା, ଫସଲର ଉପଯୁକ୍ତ ସହାୟକ ମୂଲ୍ୟ ପ୍ରଦାନ କରିବା, ସମସ୍ତ ବେକାର ଯୁବକ ଯୁବତୀଙ୍କୁ ସ୍ଥାୟୀ ଭିତ୍ତିରେ ସରକାରୀ ନିଯୁକ୍ତି ଦେବା, ରେଳ, ବ୍ୟାଙ୍କ, ବୀମା ସମେତ ସମସ୍ତ ରାଷ୍ଟ୍ରାୟତ୍ତ ଓ ସରକାରୀ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ପାଚିକା, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା ସହ ସେମାନଙ୍କୁ ସାମାଜିକ ସୁରକ୍ଷା ଓ ମାସିକ ସର୍ବନିମ୍ନ ୨୬ହଜାର ଟଙ୍କା ପ୍ରଦାନ କରିବା, ପରିଚାରିକା ଓ ସମସ୍ତ ପ୍ରକାର ଅଣସଂଗଠିତ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହାୟତା, ସାମାଜିକ ନିରାପତ୍ତା ଓ ବାସଗୃହ ଯୋଗାଇ ଦେବା, ମଦ ଡିପୋ ଖୋଲିବା ବନ୍ଦ ସହ ମଦ, ଡ୍ରଗ୍ସ ସମେତ ସମସ୍ତ ନିଶାଦ୍ରବ୍ୟର ଉତ୍ପାଦନ ଓ ପ୍ରସାର ବନ୍ଦ କରିବା, ମୋବାଇଲ୍, ଇଣ୍ଟରନେଟ୍ ତଥା ବିଭିନ୍ନ ଗଣମାଧ୍ୟମରେ ଅଶ୍ଳୀଳତା, ନଗ୍ନତା ଓ ଅପସଂସ୍କୃତିର ପ୍ରଚାର ପ୍ରସାର ବନ୍ଦ କରିବା, ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ଓ ସାମ୍ପ୍ରଦାୟିକ ଶକ୍ତିକୁ ଦମନ କରିବା ପାଇଁ କାର୍ଯ୍ୟକାରୀ ପଦକ୍ଷେପ ଗ୍ରହଣ କରିବା, ଆଦି ଦାବିରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ) ନେତୃତ୍ୱରେ ସେପ୍ଟେମ୍ବର ୨୯ ତାରିଖରେ ଭୁବନେଶ୍ୱରଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ବିଶାଳ ଗଣବିକ୍ଷୋଭକୁ ସଫଳ କରିବା ପାଇଁ ଏସ୍ୟୁସିଆଇ(କମ୍ୟୁନିଷ୍ଟ), କଟକ ଜିଲ୍ଲା କମିଟି ପକ୍ଷରୁ ଆଜି କଟକ ସ୍ଥିତ ଗାନ୍ଧୀ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍.ୟୁ.ସି.ଆଇ(ସି) କଟକ ଜିଲ୍ଲା ସଂପାଦକ ବିଶ୍ୱାବସୁ ଦାସ, ଅଫିସ ସଂପାଦକ ଖଗେଶ୍ୱର ସେଠୀ, ଜିଲ୍ଲା କମିଟି ସଭ୍ୟ ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ବବି ବଳବନ୍ତରାୟ, ଦୀପକ ଦାସ ଓ ଭାଗ୍ୟାରବି ଦାସ ପ୍ରମୁଖ ଉପସ୍ଥିତ ରହି ଏହି ଗଣବିକ୍ଷୋଭବକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ ।
