ଉପ ଜିଲ୍ଲାପାଳଙ୍କୁ ଭେଟିଲେ ବାଣ ବ୍ୟବସାୟୀ ସଂଘ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାରାଂଚଳରେ ପ୍ରତିବର୍ଷ ବାଣ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନେ ମଙ୍ଗଲବାର ଉପ ଜିଲ୍ଲାପାଳଙ୍କୁ ଭେଟି ଦାବି ଉପସ୍ଥାପନା କରିଥିବା ଜଣାପଡିଛି । ପ୍ରତିବର୍ଷ ଦ୍ୱିପାବଳୀ ସମୟରେ ଏହି ବ୍ୟବସାୟୀ ମାନେ ସହରର ବିଭିନ୍ନ ଅଂଚଳରେ ପ୍ରଶାସନ ଠାରୁ ଅନୁମତି ନେଇ ବାଣ ବ୍ୟବସାୟ କରିଥାନ୍ତି । କରୋନା ପାଇଁ ବାଣ ବିକ୍ରୟ ବନ୍ଦ ଥିବାବେଳେ ଏବେ କଟକଣା ଉଠି ଯାଇଥିବାରୁ ଦ୍ୱିପାବଳୀର ଯଥେଷ୍ଟ ପୂର୍ବରୁ ବାଣ ବିକ୍ରୟ ପାଇଁ ଅନୁମତି ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ଭୀମସେନ ବେହେରା, ରଞ୍ଜିତ ସାହୁ, ଶରତ ସାହୁ, ଶିବ ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
