କଡ଼ାପୁଟ ଗାଁରେ ଝାଡ଼ାବାନ୍ତି : ଜଣେ ମୃତ, ୬ ଗୁରୁତର
ଲମତାପୁଟ : କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ କୂଲାରସିଂ ପଞ୍ଚାୟତର କଡ଼ାପୁଟ ଗାଁରେ ଝାଡାବାନ୍ତି । ଝାଡ଼ାବାନ୍ତିରେ ଏହି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଆକ୍ରାନ୍ତ ଗୁରୁତର ହୋଇପଡ଼ିଛନ୍ତି। ମୃତକଙ୍କ ପରିଚୟ ମିଳିନି।
ତେବେ ଝାଡ଼ାବାନ୍ତିର କାରଣ ଜଣାପଡ଼ିନି। ଦୂଷିତ ପାଣି ପିଇ ଲୋକମାନେ ଝାଡ଼ାବାନ୍ତିରେ ପଡ଼ିଥିବା ଆଶଙ୍କା କରାଯାଉଛି। ସେପଟେ ଆଜି ଘଟଣା ସମ୍ପର୍କରେ ଜିଲା ସ୍ୱାସ୍ଥ୍ୟ ବିଭାଗ ଜାଣିବା ପରେ ଏକ ଡାକ୍ତରୀ ଦଳ ଏହି ଗାଁକୁ ପଠାଇଛି। ଡାକ୍ତରୀ ଟିମ୍ ଏହି ଗାଁରେ ପହଞ୍ଚି ଝାଡାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ଅନ୍ୟପଟେ ନନ୍ଦପୁର ବ୍ଲକ ପ୍ରଶାସନିକ ଅଧିକାରୀମାନେ ମଧ୍ୟ କଡାପୁଟ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡ଼ିଛି। ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗ କିମ୍ବା ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।
