ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ୩ ଅବକାରୀ କର୍ମଚାରୀ ଜେଲ ଗଲେ
କୋରାପୁଟ : ଗଞ୍ଜେଇ ଭର୍ତି ଟ୍ରକକୁ ବାହାର ରାଜ୍ୟକୁ ଚାଲାଣ କରୁଥିବା ବେଳେ ପଟ୍ଟାଙ୍ଗି ପୋଲିସ ୩ ଅବକାରୀ କର୍ମଚାରୀଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ କୋରାପୁଟ ଅବକାରୀ ବିଭାଗର ୩ କର୍ମଚାରୀ ଗଞ୍ଜେଇ ଭର୍ତି ଟ୍ରକ କୁ ଏସ୍କଟ କରି ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିବା ବେଳେ ମାଡ଼ି ବସିଥିଲା ପଟ୍ଟାଙ୍ଗି ପୋଲିସ ।ଗଞ୍ଜେଇ ଚୋରା ଚାଲାଣ ରେ ୩ ଅବକାରୀ କର୍ମଚାରୀଙ୍କ ସମେତ ୭ ଜଣଙ୍କୁ କୋରାପୁଟ ଏସପି ଓ ଅବକାରୀ ଅଧିକ୍ଷକଙ୍କ ଉପସ୍ଥିତିରେ ଘନ ଘନ ଜେରା କରାଯାଇଥିଲା । ପରେ ୭ ଜଣଙ୍କୁ କୋର୍ଟ ନିର୍ଦ୍ଦେଶ କ୍ରମେ ଜେଲ ହାଜତକୁ ପଠାଇ ଦିଆ ଯାଇଛି ବୋଲି ସୁନାବେଡା ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
କୋରାପୁଟ ଜିଲାରେ ଦିନ କୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗିଛି ।ଗଞ୍ଜେଇ ଚୋରା ଚାଲାଣ ଉପରେ ଚଢାଉ କରି କୋରାପୁଟ ଅବକାରୀ ବିଭାଗ ବାହା ବାହା ନେଉଥିବା ବେଳେ ଖୋଦ ଅବକାରୀ ବିଭାଗ ର କର୍ମଚାରୀ ଗଞ୍ଜେଇ ଚୋରା ଚାଲାଣ ରେ ସଂପୃକ୍ତ କୁ ନେଇ ସାଧାରଣରେ ନିନ୍ଦା କରାଯାଇଛି । ଅବକାରୀ କମିଶନର ଆଶିଷ ସିଂଙ୍କ ନିର୍ଦ୍ଦେଶ ଓ ସୂଚନା ଅନୁଯାୟୀ କୋରାପୁଟ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣକୁ ଧାରା ଯାଉଛି ବୋଲି କୋରାପୁଟ ଅବକାରୀ ଅଧିକ୍ଷକ ମନୋଜ ସେଠୀ ପ୍ରତି ସାମ୍ବାଦିକ ସମ୍ମିଳନୀ ରେ କହୁଥିବା ବେଳେ ୮୦୩ କେଜି ଗଞ୍ଜେଇ ଅବକାରୀ କର୍ମଚାରୀ ବାହାର ରାଜ୍ୟକୁ ଚାଲାଣ କରୁଥିବା ବେଳେ ଅବକାରୀ କମିଶନର ଓ କୋରାପୁଟ ଅବକାରୀ ଅଧିକ୍ଷକ ଙ୍କ ନଜର ରେ ଆସିନଥିଲା ବଡ ଆଶ୍ଚର୍ଯ୍ୟ ର ବିଷୟ ପାଲଟିଛି । ଏଇ ଗଞ୍ଜେଇ ଚୋରା ଚାଲାଣ କେବେ ଠାରୁ ହେଉଥିଲା ଆଉ କିଏ ସବୁ ଏଇ ଗଞ୍ଜେଇ ଚୋରା ଚାଲାଣ ରେ ସଂପୃକ୍ତ ଅଛନ୍ତି ତାହା ଏବେ ସନ୍ଦେହ ଘେରରେ । ଏ ବିଷୟରେ କୋରାପୁଟ ଅବକାରୀ ଅଧିକ୍ଷକ ଙ୍କ ସହିତ ଯୋଗାଯୋଗ କରିଥିଲୁ କିନ୍ତୁ ସେ ଏବେ ଛୁଟିରେ ଅଛନ୍ତି ବୋଲି କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି ।ଏତେ ବଡ ଆକାରରେ ଗଞ୍ଜେଇ ଜବତ ସହିତ ଅବକାରୀ କର୍ମଚାରୀଙ୍କ ସଂପୃକ୍ତ ତା ସହିତ କୋରାପୁଟ ଅବକାରୀ ଅଧିକ୍ଷକ ଛୁଟିରେ ରହିବା କୁ ନେଇ ଅଧିକ ସନ୍ଦେହ ସୃଷ୍ଟି ହେଉଛି ।
