ଅନୁକୂଳଚନ୍ଦ୍ର ମନ୍ଦିରରେ ସତ୍ସଙ୍ଗ : ମାନବ ଜୀବନରେ ଈଶ୍ୱରାନୁଗତି ଏକାନ୍ତ ଅପରିହାର୍ଯ୍ୟ
ଜଳେଶ୍ୱର : ଜନ୍ମ ଓ ମୃତ୍ୟୁ ଧ୍ରୁବ ସତ୍ୟ ହୋଇଥିବା ବେଳେ ମାନବ ଜୀବନରେ ଈଶ୍ୱରାନୁଗତି ଏକାନ୍ତ ଅପରିହାର୍ଯ୍ୟ ବୋଲି ଶ୍ରୀଅନୁକୂଳ ଚନ୍ଦ୍ରଙ୍କ ମନ୍ଦିର ପରିସରରେ ଆୟୋଜିତ ସତ୍ସଙ୍ଗ ବୈଠକରେ ମତପ୍ରକାଶ ପାଇଛି । ଡ. ମୂରଲୀଧର ଦାସଙ୍କ ସଭାପତିତ୍ୱରେ ଦେଓଘରରୁ ଆସିଥିବା ଶ୍ରୀଧର ସୁନ୍ଦର ମିଶ୍ର ଅନୁକୂଳଚନ୍ଦ୍ରଙ୍କ ଚିନ୍ତା ଅନୁଚେତନା ଓ ମାର୍ଗ ସମ୍ପର୍କରେ କହିବା ସହିତ ଈଶ୍ୱରପ୍ରାପ୍ତି ପ୍ରତ୍ୟେକଙ୍କର ଧୈୟ ହେବା ଉଚିତ ବୋଲି କହିଥିଲେ । କୀର୍ତ୍ତନ ଗୁରୁ ଅମିତାଭ ସାମନ୍ତରାୟ, ମହେଶ୍ୱର ନାୟକ, ଅନୁପମ ଚାନ୍ଦ, ବିବେକାନନ୍ଦ ରାୟ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ସତ୍ସଙ୍ଗ ଦ୍ୱାରା ମଣିଷ ମନରେ ଥିବା କୁସଂସ୍କାର, ଅନ୍ଧବିଶ୍ୱାସ, କପଟତା, ହିଂସା ପ୍ରଭୃତି ଦୂର ହୋଇଥାଏ ବୋଲି କହିଥିଲେ । ଅଧ୍ୟାପକ କେଦାର ଚନ୍ଦ୍ର ମହାନ୍ତି ସୂଚନା ଓ ଆଭିମୂଖ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରିତ୍ୱିକ ଗଣେଶଚନ୍ଦ୍ର ଜେନା, ପରିମଳ ଚନ୍ଦ୍ର ଭୂୟାଁ, ରାସବିହାରୀ ଚକ୍ରବର୍ତ୍ତୀ, ରତ୍ନାକର ପଣ୍ଡା, ବସନ୍ତ କୁମାର ସାହୁ, ପାର୍ଥସାରଥି ଘୋଷାଲ, ରତିକାନ୍ତ ବେହେରା, ବଙ୍କିମ ଚନ୍ଦ୍ର ପାଳ, ସୁଧିର କୁମାର ପରିଡା, ସଂଜୟ କୁମାର ପାତ୍ର ଓ ଚକ୍ରଧର ଜେନା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
