ବ୍ଲକ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଜମୁଛି ପାଣି : ଯାତାୟାତରେ ବାଧକ
ଜଳେଶ୍ୱର : ଜଳେଶ୍ୱର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୃଷ୍ଟି ହୋଇଛି ଏକ ବିରାଟ ଗାଢ । ବର୍ଷାପାଣି ଜମି ରହୁଥିବାରୁ ଯାତାୟାତରେ ବ୍ୟାଘାତ ସୃଷ୍ଟି ହେଉଛି । ୩୫ଟି ପଂଚାୟତର ବିଭିନ୍ନ ଅଂଚଳରୁ ପ୍ରତିଦିନ ଶହ ଶହ ଲୋକେ ବ୍ଳକ କାର୍ଯ୍ୟାଳୟକୁ ଆସୁଥିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ଲକ କାର୍ଯ୍ୟାଳୟକୁ ବିଡିଓ, ତହସିଲଦାର, ଜିଲାପାଳ, ଅତିରିକ୍ତ ଜିଲାପାଳ ଓ ଅନ୍ୟ ପଦାଧିକାରୀ ଯାତାୟାତ କରୁଥିଲେ ମଧ୍ୟ ଏ ସମ୍ପର୍କରେ କାହାରି ନିଘା ନ ଥିବା ପରି ମନେ ହୁଏ । ଦୀର୍ଘଦିନ ଧରି ଏଭଳି ଅସୁବିଧା ଦେଖା ଦେଇ ଆସୁଥିବା ବେଳେ ମରାମତି ହେଉନଥିବାରୁ ‘ଗାଁ ପରିମଳ ଧୋବା ତୁଠରୁ’ ପରି ଜଣା ଯାଉଛି ।
