ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ଆଶା ଓ ଭରଷା ‘ଆସ୍ଥା କ୍ଲିନିକ୍’
କଟକ : ସହରବାସୀଙ୍କୁ ଶୀଘ୍ର ଓ ସୂଲଭ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ମଣିସାହୁଛକ ସ୍ଥିତ ଶୁଭମ ଟାୱାରଠାରେ ଉଦଘାଟିତ ହୋଇଯାଇଛି ଆସ୍ଥା କ୍ଲିନିକ୍ । ଏହି ଶୁଭ ଉଦଘାଟନୀ ଉତ୍ସବରେ କଟକ ଏସିପି ଅସିମ ଅମିତାଭ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିôବା ବେଳେ ସମ୍ମାନିତ ଅତିଥିଭାବେ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର କୃପାସିନ୍ଧୁ ପଣ୍ଡା, ପ୍ରଫେସର ସିଦ୍ଧେଶ୍ୱର ସାହୁ, ବିଜେଡି କଟକ ନଗର ସଭାପତି ମଧୁସୁଦନ ସାହୁ ପ୍ରମୁଖ ଯୋଗଦେଇ ଆସ୍ଥା କ୍ଲିନିକ୍ ସହରବାସୀଙ୍କୁ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟସେବା ଯୋଗାଇବା ସହିତ ଲୋକମାନଙ୍କ ମନରେ ନୂତନ ଆଶା ଭରଷା ସୃଷ୍ଟି କରିବ ବୋଲି ମତବ୍ୟକ୍ତ କରିଥିଲେ । ଏଠାରେ ଡାକ୍ତରୀ ପରାର୍ମଶ ସାଙ୍ଗକୁ ମେଡିସିନ ହୋମ ଡେଲିଭରି ସହ ହୋମ କେୟାରର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାହା ଦ୍ୱାରା ରୋଗୀମାନେ ଘରେ ବସି ବସି ସମସ୍ତ ପ୍ରକାରର ସୁବିଧା ପାଇପାରିବେ । ଏହି କାର୍ଯ୍ୟକ୍ରମରେ ଡ. ପ୍ରଶାନ୍ତ କୁମାର ପରିଡା, ଡ. ରଣଜିତ କର, ଡ. ସିର୍ଦ୍ଧାଥ ପଟ୍ଟନାୟକ, ଡ. ସନ୍ତୋଷ କୁମାର ସ୍ୱାଇଁ, ଡ. ଦୀପକ ପୃଷ୍ଟି, ଡ. ଅଭିନାଶ ରାଉତ ଏବଂ ଡ. ସୁଧାଂଶୁ ସେଠୀ ପ୍ରମୁଖ ଯୋଗଦେଇଥିବା ବେଳେ ଏହି ଉତ୍ସବକୁ ବିଜୟ କୁମାର ସାହ୍ରୁ ଏବଂ ସଂଶୟ କୁମାର ସାହାଣୀ ପ୍ରମୁଖ ପରିଚାଳନା କରିଥିଲେ ।
