ବିଧାୟକ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ର ମାରାଥନ ଉଦଘାଟନ। ମହିଳା ମାନଙ୍କୁ ଆତ୍ମନିର୍ଭର ଶୀଳ କରାଇବା ପାଇଁ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ତରଫରୁ ଅଭିନଵ ପ୍ରୟାସ।
ବୋରିଗୁମ୍ମା —ସ୍ୱୟଂ ସହାୟକା ଗୋଷ୍ଠି ମାଧ୍ୟମ ରେ ମହିଳା ଙ୍କ ଦକ୍ଷତା ଅନୁଯାଇ ମିଳୁଛି ସରକାରୀ ପ୍ରତ୍ସାହନ। ପୂର୍ବରୁ ଅନେକ SHG ମହିଳା ଙ୍କୁ ଷ୍ଟଲ, କେଣ୍ଟିନ ଏବଂ ଇଟା ଫେକ୍ଟେରି ,ମାଛ ଛାଷ, କୁକୁଡ଼ା ଘର ପରିଚାଳନା ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ ନୂତନ ଆହାର କେନ୍ଦ୍ର,ସିଲେଇ କେନ୍ଦ୍ର ,ଗ୍ରୋସେରି ଦୋକାନ ଏବଂ ବିୟୁଟି ପାର୍ଲର ଲୋକାର୍ପିତ ହୋଇଛି।ଏସବୁ ର ପରିଚାଳନା ଦାୟିତ୍ବ SHG ଗ୍ରୁପ ର ମହିଳା ଙ୍କ ହାତରେ ନ୍ୟସ୍ତ କରିଛି ପ୍ରଶାସନ।ମହିଳା ଙ୍କୁ ଆତ୍ମ ନିର୍ଭର ଶୀଳ କରିବା ଲକ୍ଷ ରେ ପ୍ରଶାସନ।ବୋରିଗୁମ୍ମା ବ୍ଲକ ରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ତରଫରୁ ପ୍ରୟାସ ଜାରି।ବୋରିଗୁମ୍ମା ବ୍ଲକ ରେ ସ୍ବୟଂ ସହାୟକ ଗୋଷ୍ଠି ଜରିଆ ରେ ଯୋଗାଇ ଦିଆଯାଉଛି ସରକାରୀ ପ୍ରତ୍ସାହନ। ଗତ ଦୁଇ ବର୍ଷ ହେବ ଏଭଳି ଯୋଜନା ଆରମ୍ଭ କରାଯାଇ ଅନେଇ ମହିଳା ଙ୍କୁ ନିଯୁକ୍ତି ର ସୁଯୋଗ ଦିଆ ଯାଇଛି।ପ୍ରଥମେ ମାଛ ଚାଷ, ଇଟା ତିଆରି କାରଖାନା,କୁକୁଡ଼ା ଚାଷ ,ମସଲା ଫେକ୍ଟେରି,ଜୋତା ଫେକ୍ଟେରି ,କେଣ୍ଟିନ,ବଜାର ଗୃହ ଏବଂ ଦୁଗ୍ଧ ବିକ୍ରୟ କେନ୍ଦ୍ର,ଫୁଡ଼ ବଜାର ଗୁଡିକ ନିର୍ମାଣ କରାଯାଇଛି। ଗ୍ରାମାଞ୍ଚଳ ର SHG ମହିଳା ଙ୍କୁ ଏସବୁ ର ପରିଚାଳନା ଦାୟିତ୍ୱ ଦିଆଯାଇଛି। ବ୍ଲକ ର ୩୧ ଟି ପଞ୍ଚାୟତ ର ୨୭୦ ଟି SHG ମହିଳା ଙ୍କୁ ଦକ୍ଷତା ଅନୁଯାଇ ପ୍ରତ୍ସାହନ ଯୋଗାଇ ଛି ପ୍ରଶାସନ। ଆଜିସ୍ଥାନୀୟ ବିଧାୟକ ତାରାପ୍ରସାଦ ବାହିନୀପତି ବୋରିଗୁମ୍ମା ବ୍ଳକ ଗସ୍ତ ରେ ଆସି ବିଭିନ୍ନ ପ୍ରକଳ୍ପ ର ଉଦଘାଟନ କରିଛନ୍ତି।ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଏସବୁ ର ଶୁଭାରମ୍ଭ କରିଛନ୍ତି। ସିଲେଇ କେନ୍ଦ୍ର ରେ ୪୦ ଟି ସିଲେଇ ମେସିନ ରହିଛି।ଚାରୋଟି SHG ଗ୍ରୁପ ର ୪୦ ଜଣ ମହିଳା ଙ୍କୁ ଏହି ସିଲେଇ କେନ୍ଦ୍ର ଦାଇତ୍ୱ ମିଳିଛି।ଗ୍ରୁପ ର ମହିଳା ମାନେ ଏବେ ସିଲେଇ କରି ଆତ୍ମନିର୍ଭର ଶୀଳ ହୋଇ ପାରିବେ।ମା ମଙ୍ଗଳା,ଉପାସନା,ପ୍ରଶାନ୍ତି ଏବଂ ଜୟଗୁରୁ ଭଳି SHG ଙ୍କୁ ମିଳିଛି ସିଲେଇ କେନ୍ଦ୍ର ର ଦାୟିତ୍ୱ।ଏମାନେ ସ୍କୁଲ ୟୁନିଫର୍ମ, ପଟିଆଲା ପେଣ୍ଟ, ସୂଟ,ପିଲାଙ୍କ ପେଣ୍ଟ,ଝିଅ ପିଲା ଙ୍କ ସାର୍ଟ ସିଲେଇ ଆରମ୍ଭ କରିଛନ୍ତି।ପ୍ରଶାସନ ର ଏଭଳି ପ୍ରୟାସ କୁ ସ୍ୱାଗତ କରିଛନ୍ତି ଗ୍ରୁପ ମହିଳା ମାନେ। SHG କୁ ଆହାର କେନ୍ଦ୍ର ଦାୟିତ୍ୱ ତାରାତାରିଣୀ ଗ୍ରୁପ କୁ ବିୟୁଟି ପାର୍ଲାର ଦାୟିତ୍ୱ, ଏବଂ ମିଶନ ଶକ୍ତି ମହାସଂଘ କୁ ଗ୍ରୋସେରି ସପ ର ଦାୟିତ୍ୱ ପ୍ରଦାନ କରାଯାଇଛି। ଏସବୁ ର ସଠିକ ପରିଚାଳନା କରି ନିଜେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳା ମାନଙ୍କୁ ସାମିଲ କରିଛନ୍ତି।ପରେ ବିଧାୟକ ଶ୍ରୀ ବାହିନୀପତି ଦାସିରି ସାହି ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟ ପରିସରରେ ନିର୍ମିତ ନୂତନ ଅତିରିକ୍ତ ଶ୍ରେଣୀ ଗୃହ କୁ ଉଦଘାଟନ କରିଥିଲେ।ପରେ ଖିଆଲଗୁଡା ଗ୍ରାମରେ ନୂତନ ମଡେଲ ଅଙ୍ଗନବାଡି କେନ୍ଦ୍ର କୁ ଉଦଘାଟନ କରିଥିଲେ। ବ୍ଳକ ର ଅନ୍ୟାନ୍ୟ ପଞ୍ଚାୟତ ରେ ଆଉ ୪ ଟି ସିଲେଇ କେନ୍ଦ୍ର ଏବଂ ଗ୍ରୋସେରି ସପ ଖୋଲା ଯାଇ SHG ମାନଙ୍କୁ ଦାୟିତ୍ୱ ଦିଆଯିବ ବୋଲି ବିଧାୟକ ଶ୍ରୀ ବାହିନୀପତି କହିଛନ୍ତି।ଆଜିର ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ବେଳେ ବ୍ଳକ ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା, ବ୍ଳକ ଉପାଧ୍ୟକ୍ଷ ରାଧାକାନ୍ତ ସାମନ୍ତରାୟ, ଜିଲ୍ଲା ପରିଷଦ ସଭ୍ୟ ପିଙ୍କୁ ଶତପଥୀ, ମଞ୍ଜୁଳା ଘାସୀ, ସ୍ଥାନୀୟ ସରପଞ୍ଚ ତୁଷାର କାନ୍ତ କୁମ୍ବ୍ରିକା,ସମିତି ସଭ୍ୟା ପ୍ରିୟଙ୍କା ରଥ,ଓଡିଶା ଜୀବିକା ମିଶନ ର ଜିଲ୍ଲା ମୁଖ୍ୟ ଜୟକୃଷ୍ଣ ମହାପାତ୍ର, ବିପିଏମ୍ ଵିଶାଲ ସମୀର ଦୁଖୀ, ବ୍ଳକ ସଂଯୋଜକ ଦେବେନ୍ଦ୍ର ପଣ୍ଡା, କଂଗ୍ରେସ ସଭାପତି ଅଶୋକ କୁମାର ଗନ୍ତାୟତ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।
