ଚଳିତ ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ନେଇ ଆସିଛି ଅଧିକ ସଂଚୟର ସୁବିଧା
କଟକ : ଆମାଜନ.ଇନ ର ପାର୍ବଣ ଇଭେଂଟ ‘ ଦି ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ’ (ଜିଆଇଏଫ) ୨୦୨୨ ଚଳିତ ସେପ୍ଟେମ୍ବର ୨୩ ତାରିଖଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିରେ ପ୍ରାଇମ ସଦସ୍ୟମାନେ ଏହାର ପ୍ରାଥମିକ ସୁବିଧା ପାଇପାରିବେ । ଗ୍ରାହକମାନେ ଉତ୍ପାଦର ବ୍ୟାପକଶ୍ରେଣୀୟ ସିଲେକ୍ସନ ଉପରେ ଲକ୍ଷ ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ (ଏସଏମବି)ଙ୍କ ଠାରୁ ଅତୂଳନୀୟ ଅଫର ପାଇପାରିବେ । ଗ୍ରାହକମାନେ ଆମାଜନ.ଇନରେ ଆମାଜନ ପେ ର ବ୍ୟବହାର କରି କିଣାକିଣି ବା ବିଲ ପୈଠ କରି, ଫୋନ ରିଚାର୍ଜ କିମ୍ବା ଟଙ୍କା ଗ୍ରହଣ କରି ଓ ପଠାଇ ଅନେକ ପାର୍ବଣ ଡିଲର ସମ୍ଭାର ଲାଭ କରିପାରିବେ, ଯାହାକୁ ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସମୟରେ ସପିଂରେ ରିଡିମ କରାଯାଇପାରିବ । ସେହିଭଳି ବିଲ ପେମେଂଟ, ରିଚାର୍ଜ ଓ ଆହୁରି ଅନେକରେ ଗ୍ରାହକମାନେ ସେମାନଙ୍କର ପ୍ରଥମ ଆମାଜନ ପେ ଟ୍ରାଞ୍ଜାକ୍ସନରେ ୫୦ଟଙ୍କାର କ୍ୟାଶବ୍ୟା ପାଇପାରିବେ । ଗ୍ରାହକମାନେ ଏସବିଆଇ କ୍ରେଡିଟ ଏବଂ ଡେବିଟ କାର୍ଡ ଓ ଇଏମଆଇ ଟ୍ରାଞ୍ଜାକ୍ସନ ଉପରେ ୧୦୦%ର ତୁରନ୍ତ ରିହାତି, ଡେବିଟ ଓ କ୍ରେଡିଟ କାର୍ଡ ଉପରେ ନୋ କଷ୍ଟ ଇଏମଆଇ, ଅନ୍ୟାନ୍ୟ ଅଗ୍ରଣୀ କ୍ରେଡିଟ / ଡେବିଟ କାର୍ଡ ଏବଂ ଆହୁରି ଅନେକ କିଛି ଉପରେ ଆକର୍ଷଣୀୟ ଅଫର ପାଇପାରିବେ । ଏମଏସଏମଇ କ୍ରେତାମାନେ ସେମାନଙ୍କର ବ୍ୟବସାୟ କ୍ରୟରେ ଜିଏସଟି ଇନଭଏସ ସହିତ ଅଧିକ ସଂଚୟ କରିପାରିବେ । ଏହା ସହିତ ବ୍ୟାପକ ଶ୍ରେଣୀୟ କମର୍ସିଆଲ ସିଲେକ୍ସନ ଉପରେ ଆମାଜନ ବିଜନେସର ବଲ୍କ ଡିସକାଉଂଟ ଓ ଆକର୍ଷଣୀୟ ଡିଲ ପାଇପାରିବେ । ଗ୍ରାହକମାନେ କିଣାକିଣି କରି, ମିନି ଟିଭିରେ ମାଗଣା ଏଂଟରଟେନମେଂଟ ଭିଡିଓକୁ ଦେଖି ଭର୍ଚୁଆଲ “ଡାଏମଣ୍ଡ” ଆୟ କରିପାରିବେ । ଜିଆଇଏଫ ୨୦୨୨ରେ ଆମାଜନ ବିକ୍ରେତାମାନଙ୍କ ଠାରୁ ବିଭିନ୍ନ ପ୍ରୋଗ୍ରାମ ଯଥା ଆମାଜନ ଲଂଚପ୍ୟାଡ, ଆମାଜନ ସହେଲୀ, ଆମାଜନ କାରିଗର ତଥା ବିଭିନ୍ନ ବର୍ଗର ଟପ୍ ଇଣ୍ଡିଆନ ଓ ଗ୍ଲୋବାଲ ବ୍ରାଣ୍ଡରୁ ବିଭିନ୍ନ ଉତ୍ପାଦ କ୍ରୟ କରିବାର ସୁଯୋଗ ପାଇପାରିବେ । ଏଥିରେ ଇକୋ, ଫାୟାର ଟିଭି, କିଣ୍ଡଲ ରେଞ୍ଜର ଡିଭାଇସ ସହିତ ଆଲେକ୍ସା ସ୍ମାର୍ଟ ହୋମ କମ୍ବୋ ସହିତ ଆକର୍ଷଣୀୟ ଅଫର ପାଇପାରିବେ । ଏହି ସମୟରେ ଗ୍ରାହକମାନେ ୭୫୦୦ଟଙ୍କା ଜିତିବାର ସୁଯୋଗ ପାଇପାରିବେ । ଏହା ସହିତ ଫନ୍ ଜୋନରେ ଖେଳିପାରିବେ ଓ ଆମାଜନ ପେ ର ବ୍ୟବହାର କରି ଆକର୍ଷଣୀୟ କ୍ୟାଶବ୍ୟାକ ରିଡିମ କରିପାରିବେ । ଏହା ସମ୍ପର୍କରେ ଆମାଜନ ଇଣ୍ଡିଆ, ଇଣ୍ଡିଆ କଞ୍ଜ୍ୟୁମର ବିଜନେସ, କଂଟ୍ରି ମ୍ୟାନେଜର ଶ୍ରୀ ମନୀଷ ତିୱାରି କହିଛନ୍ତିଯେ, “ଆମେ ଆମର ଗ୍ରାହକଙ୍କୁ ସେବା ପ୍ରଦାନ କରି ଅତ୍ୟନ୍ତ ଆନନ୍ଦିତ । ଏଥିରେ ଲକ୍ଷ ଲକ୍ଷ ବିକ୍ରେତା ବ୍ୟାପକ ଶ୍ରେଣୀୟ ଘରୋଇ ଓ ଆନ୍ତର୍ଜାତୀୟ ବ୍ରାଣ୍ଡକୁ ୨ ଲକ୍ଷରୁ ଅଧିକ ଲୋକାଲ ଷ୍ଟୋର, ପାରମ୍ପରିକ କାରିଗର ଓ ବୁଣାକାରମାନଙ୍କ ଦ୍ୱାରା ପ୍ରଦାନ କରାଯାଉଛି । ଏହାଛଡ଼ା ବିଭିନ୍ନ ଷ୍ଟାର୍ଟଅପମାନଙ୍କ ଦ୍ୱାରା ମଧ୍ୟ ଅଭିନବ ଅଫର ପ୍ରଦାନ କରାଯାଉଛି । ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ଏହାର ଗ୍ରାହକଙ୍କୁ ଭାରତର ସର୍ବବୃହତ ସିଲେକ୍ସନ ମଧ୍ୟରୁ କିଣିବାର ସୁଯୋଗ ପ୍ରଦାନ କରୁଛି ।
