ସ୍ୱର୍ଗତ ଗୁରୁପ୍ରସାଦ ମହାନ୍ତିଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ
ଭଦ୍ରକ : ଆଜି ସ୍ୱର୍ଗତ ଗୁରୁପ୍ରସାଦ ମହାନ୍ତିଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକ ନିଜସ୍ୱ ଗୃହ କାନ୍ତିବିହାର ବାଇପାସ ସ୍ଥିତ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ପାରିଷଦ ପ୍ରବୀର ଜେନା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଶିଷ୍ଟ ସମାଜସେବୀ ଅଜୟ ନାୟକ, ଜିଲ୍ଲାପରିଷଦ ମଳୟ ଜେନା, ବିଜେପି ନେତା ସୁରେଶ ସାମଲ, କଂଗ୍ରେସ ନେତା ସୁଧାକର ରାଉତ, ଆଡ୍ଭୋକେଟ ଅତିଶ୍ ବେହେରା, ପ୍ରଦୀପ ପଣ୍ଡା, ଖଣ୍ଡତଡା ସରପଂଚ ବିଶୁ ନାୟକ, କାଳୀପ୍ରସାଦ ମହାନ୍ତିଙ୍କ ସମେତ ଭଦ୍ରକ ବହୁମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ମହାନ୍ତିଙ୍କ ଉଦ୍ଦେର୍ଶରେ ୧ମିନିଟ୍ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏବଂ ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଝଡର ଇଗଲ ବୋଲି ଗୁରୁବାବୁଙ୍କୁ ତୁଳନା କରିଥିଲେ । ଇତି ଅବସରରେ ସ୍ୱର୍ଗତ ମହାନ୍ତି ଜଣେ ଅମାୟୁକ ବ୍ୟକ୍ତି, ଦେବଦୁଲ୍ଲଭ, ପରପୋକାରୀ, ସମାଜସେବୀ ଥିଲେ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜକ ଭାବେ ସମାଜସେବୀ ସୁରେଶ ଚନ୍ଦ୍ର ମହାନ୍ତିଙ୍କ ସହିତ ମନୋଜ ଭୂଇଁ, ପ୍ରଦୀପ ବାରିକ, ଦୁଃଶାସନ ପୃଷ୍ଟି, ଗଜେନ୍ଦ୍ର ରାଉଳ, ରାକେଶ ପଣ୍ଡା, ଦେବାଶିଶ ମହାପାତ୍ର, ଅଲୋକ କୁମାର ମହାନ୍ତି, ସନାତନ ଜେନା, ସମରେନ୍ଦ୍ର ପ୍ରଧାନ, ସିପୁ ଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
