କବିତା କହଁର ହତ୍ୟା ଘଟଣାର ସିବିଆଇକୁ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କଲା ମହିଳା ସଂଗଠନ
କନ୍ଧମାଳ : କନ୍ଧମାଳ ଜିଲା ତୁଡିପାଜୁ ମହିଳା ମହାସଂଘର ମହିଳା ମାନେ କନ୍ଧମାଳ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଆଗରେ ପହଂଚି ପ୍ଲାକାର୍ଡ ଧରି ଗତ ଜୁନ ୧୮ ତାରିଖରେ ସ୍ଥାନୀୟ ଆଇଟିଆଇ ନିକଟରେ ଉଦ୍ଧାର ହୋଇଥିବା ନାବାଳିକା କବିତା କହଁରଙ୍କ ମୃତଦେହ ଘଟଣାକୁ ଏକ ମିଳିତ ଦୁସ୍କର୍ମ ଏବଂ ହତ୍ୟା ଘଟଣା ବୋଲି ଦାବୀ କରିବା ସହିତ ଘଟଣାର ପ୍ରକୃତ ଦୋଷୀମାନଙ୍କୁ ପୋଲିସ ଗିରଫ କରିନ ଥିବା କହିଛନ୍ତି । ତେଣୁ ସେମାନେ ଆଜି ମିଳିତ ଭାବରେ ପ୍ଲାକ୍କାର୍ଡ ଧରି ବିଭିମନ୍ନ ନାରାବାଜି କରିବା ସହିତ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ । ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଘଟଣାର ତଦନ୍ତ ଭାର ସିବିଆଇକୁ ଦେବାକୁ ଦାବୀ କରି କନ୍ଧମାଳ ଜିଲ୍ଲାପାଲଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।
ସେମାନଙ୍କ ଦାବୀ ପତ୍ରରେ ଅଭିଯୋଗ କରିଛନ୍ତି,ଗତ ଜୁନ ମାସ ୧୮ ତାରିଖରେ କବିତାର ଶବକୁ ଉଦ୍ଧାର କରାଯାଇଥିଲା ।ଏହାକୁ ପୋଲିସ ପ୍ରଥମେ ଏକ ଆତ୍ମହତ୍ୟା ଘଟଣା ଭାବରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।୧୯ ତାରିଖରେ ନାବାଳିକାଙ୍କ ମା ଯଶୋଦା କହଁର ଫୁଲବାଣୀ ସଦର ଥାନାରେ,ତାଙ୍କ ଝିଅକୁ ଦୁସ୍କର୍ମ ଓ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ ଦେଇଥିଲେ ହେଁ,ପୋଲିସ ତାଙ୍କ ଅଭିଯୋଗକୁ ଗ୍ରହଣ କରିନଥିଲା କିମ୍ବା ତାଙ୍କ ଅଭିଯୋଗ ଅନୁସାରେ କୌଣସି କାଯର୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିନଥିଲା । ଏହାପରେ ପୋଲିସ ଗତ ଜୁଲାଇ ୭ ତାରିଖରେ ଘଟଣାରେ ଜଣକୁ ଗିରଫ କରି ତାକୁ ସୁହାଇଲାଭଳି ମାମଲା ରୁଜ୍ଜୁ କରି ଜେଲକୁ ପଠାଇଛି । ଘଟଣାର ଅନ୍ୟ ଦୋଷୀମାନେ ପ୍ରଭାବଶାଳୀ ଏବଂ ଅର୍ଥିକ ଭାବରେ ସ୍ୱଛଳ ହୋଇଥିବାରୁ ସେମାନଙ୍କୁ ବଂଚାଇବାକୁ ପୋଲିସ ଚେଷ୍ଟା କରିଛି ବୋଲି ଅଭିଯୋଗ କରିଛନ୍ତି ।
ମୃତ କବିତା କହଁରଙ୍କ ପରିବାର ଲୋକେ ଗରିବ ଓ ଅଶିକ୍ଷିତ ହୋଇଥିବାରୁ ପୋଲିସ ସେମାନଙ୍କ ଘରକୁ ଯାଇ ସେମାନଙ୍କୁ ବିଭିନ୍ନ ପ୍ରକାରର ଆଇନର ଭୟ ଦେକାଉଛି ବୋଲି ଅଭିଯୋଗ କରିଛନ୍ତି । ତେଣୁ ମାମଲାକୁ ମାମଲାର ତଦନ୍ତ ଭାର ସିବିଆଇ କୁ ଦେଲେ ଘଟଣାର ନିରପେକ୍ଷ ତଦନ୍ତ ହେବା ସହିତ ପ୍ରକୃତ ଦୋଷୀମାନେ ଦଣ୍ଡ ପାଇବ ଓ କବିତାଙ୍କ ପରିାବର ଲୋକେ ସଠିକ ନ୍ୟାୟ ପାଇବେ ବୋଲି ଦାବୀ କରିଛନ୍ତି,ଯଶୋଦା କହଁର,ଗୀତାଞ୍ଜଳି କହଁର,ଆରତୀ କହଁର,କୌଶଲ୍ୟା କହଁର,ରୀନା ବେହେରା,ବ୍ଲେଶୀ ବେହେରା,ତୃଷ୍ଣା କହଁର,ପ୍ରଭାତୀ ମଲ୍ଲିକ ଏବଂ ରଶ୍ମିତା କହଁରଙ୍କ ସମେତ ଶତାଧିକ ମହିଳା । ଏହି ଦାବୀ ପତ୍ରର ନକଲ ସେମାନେ ରାଜ୍ୟ ପୋଲିସ ମହାନିର୍ଦ୍ଧେକ,ମାନବାଧିକାର କମିଶନ ଓ ମହିଳା କମିଶନଙ୍କ ନିକଟକୁ ମଧ୍ୟ ପଠାଇଥିବା ଜଣାପଡିଛି ।
