କାଜୁ ଜଙ୍ଗଲରୁ ଗଂଜେଇ ଜବତ, ଜଣେ ଗିରଫ
ଜୟପୁର : କୋରାପୁଟ ଅବକାରୀ ବିଭାଗର ବଡ଼ ସଫଳତା । ନନ୍ଦପୁରର ମାରଡ଼ା କାଜୁ ବଣରୁ ୨୯୦ କେଜି ଗଂଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୨୯ ଲକ୍ଷରୁ ଉର୍ଦ୍ଧ ହେବ । ଏହି ମାମଲାରେ ଜଣକୁ ଗିରଫ କରିଥିବା ଅବକାରୀ ଅଧକ୍ଷ ମନୋଜ କୁମାର ସେଠୀ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ମୁତାବକ ଏକ ବିଶେଷ ସୁଚନା ଅନୁସାରେ ମାରଡ଼ା କାଜୁ ଅଞ୍ଚଳରେ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିଥିଲା । କୋରାପୁଟ ଏକ ଟିମ୍ ଏହି ଘଟଣାର ତଦନ୍ତ କରିବା ପରେ ନନ୍ଦପୁର ବ୍ଲକ ର ହିକିମ ପୁଟ ବ୍ୟକ୍ତି ଙ୍କୁ ସନ୍ଦେହ ହେବାରୁ ତଦନ୍ତ ଆରମ୍ଭ କରିଥିଲେ । ନନ୍ଦପୁର ବ୍ଲକ ମାରଡ଼ା ଅଂଚଳ ରୁ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଭୋରୁ ୨୯୦ କେଜି ଗଞ୍ଜେଇ ଜବତ କରିଛି । ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ଅପେକ୍ଷା କରିଥିବା ବେଳେ ଅବକାରୀ ଅଧିକାରୀମାନେ ମାଡି ବସିଥିଲେ । ଜଙ୍ଗଲ ଭିତରୁ ଜଣେ ଗିରଫ ହୋଇଛି । ଗିରଫ ବ୍ୟକ୍ତି ଜଣକ ହିକିମପୁଟ ଗ୍ରାମର ଜଗବନ୍ଧୁ ଖେମୁଣ୍ଡୁ ।ଏନେଇ ଆଜି କୋରାପୁଟ ଅବକାରୀ ଅଧିକ୍ଷକ ମନୋଜ ସେଠୀ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।
