ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ କଂଗ୍ରେସର କର୍ମୀ ସମ୍ମିଳନୀ
ମାଲକାନଗିରି : ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ଆଜି କଂଗ୍ରେସ ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱାଭିମାନ ଅଂଚଳର ଶତାଧିକ ଆଦିବାସୀ ଏକାଠି ହୋଇ ସ୍ୱାଭିମାନ ଅଂଚଳର ସମସ୍ୟା ବିଷୟ ନେଇ ଦୁଃଖ ପ୍ରକାଶ କରିଥିଲେ । ଲୋକେ କହିବା ଅନୁଯାଇ (ନାଁ ଏଠି ସ୍ୱାଭିମାନ କିନ୍ତୁ ଲୋକେ ହେଉଛନ୍ତି ହୀନମାନ) । ଏଣୁ ବିଭିନ୍ନ ସମସ୍ୟା ନେଇ ଲୋକଙ୍କ ସହ ଆଲୋଚନା ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ଡାବୁଗାଁ କଂଗ୍ରେସ ବିଧାୟକ ଭୁଜବଳ ମାଝୀ, ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ଉପ ସଭାପତି ଭିମା ବାର୍ଷେ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଇସାକ ଖୋସଲା. ଜିଲ୍ଲା କଂଗ୍ରେସ ଏସସି ସେଲ ସଭାପତି ଧନୁର୍ଜୟ ହନ୍ତାଳ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମଙ୍ଗୁ ଖିଲ, ବାଲିମେଳା ନଗର କଂଗ୍ରେସ ସଭାପତି ସୁରେଶ ଖୋସଲା, ବରିଷ୍ଠ କଂଗ୍ରେସ ନେତା ଶରତ ଚନ୍ଦ୍ର ବୁରୁଦା, ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ଶିବାନୀ ବେହେରା ଏବଂ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।
