ଏସ୍ଡିପିଓ ହରେକୃଷ୍ଣ ମାଝୀ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା।
ବୋରିଗୁମ୍ମା : ବୋରିଗୁମ୍ମା ରେ କାର୍ଯ୍ୟରତ ପୋଲିସ ଏସ୍ଡିପିଓ ହରେକୃଷ୍ଣ ମାଝୀ ଙ୍କୁ ଇତି ମଧ୍ୟରେ ଭିଜିଲାନ୍ସ ବିଭାଗ କୁ ବଦଳି ହୋଇଯାଇଛି।ଏହି ଅବସରରେ ବୋରିଗୁମ୍ମା, ବି ସିଂହପୁର ଓ କୋଟପାଡ଼ ଥାନା ପକ୍ଷରୁ ବିଦାୟୀ ଏସ୍ଡିପିଓ ହରେକୃଷ୍ଣ ମାଝୀ ଙ୍କୁ ସ୍ଥାନୀୟ ଦୋରା କଲ୍ୟାଣ ମଣ୍ଡପ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।କୋରାପୁଟ ଅତିରିକ୍ତ ଏସ୍ପି ଉତ୍କଳ କେଶରୀ ଦାସ ଙ୍କ ସଭାପତିତ୍ୱ ରେ ଆୟୋଜିତ ବିଦାୟକାଳୀନ ସଭାରେ ଅତିରିକ୍ତ ଏସପି ବିମଳକାନ୍ତ ବ୍ରହ୍ମାଙ୍କ ସହ ଜିଲ୍ଲାର ବହୁ ପୋଲିସ ଅଧିକାରୀ ଓ ବୋରିଗୁମ୍ମା ଜନସାଧାରଣ ଯୋଗ ଦେଇଥିଲେ। ହରେକୃଷ୍ଣ ମାଝୀ ବୋରିଗୁମ୍ମା ଥାନାରେ ଦୁଇ ଦୁଇ ଥର ଭାରପ୍ରାପ୍ତ ଥାନା ଅଧିକାରୀ ଭାବେ କାମ କରିଥିବା ବେଳେ ପୋଲିସ ଏସ୍ଡିପିଓ ଭାବେ ଏଠାରେ ପାଞ୍ଚ ବର୍ଷ ଧରି କାର୍ଯ୍ୟରତ ଥିଲେ।ସେ ଜଣେ ମେଳାପୀ ଲୋକ ସହ ସାଧାରଣ ଲୋକଙ୍କ ସହ ନିକଟତର ଥିଲେ।ସେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସହ ବୋରିଗୁମ୍ମା ବାସିନ୍ଦା ରହିଥିଲେ ବୋଲି ବୋରିଗୁମ୍ମା ଜନସାଧାରଣ ବିଦାୟକାଳୀନ ସଭାରେ ମତ ପ୍ରକାଶ କରିଥିଲେ।ବିଦାୟୀ ଏସ୍ଡିପିଓ ହରେକୃଷ୍ଣ ମାଝୀ ଙ୍କ କାର୍ଯ୍ୟଶୈଳୀ କୁ ପୋଲିସ ବିଭାଗ ସବୁବେଳେ ମନେ ରଖିବ ବୋଲି ଉପସ୍ଥିତ ବହୁ ପୋଲିସ ଅଧିକାରୀ ମାନେ ନିଜ ନିଜର ମତ ପୋଷଣ କରିଥିଲେ।ବିଦାୟୀ ଏସ୍ଡିପିଓ ଶ୍ରୀ ମାଝୀ ଙ୍କୁ ପୋଲିସ ବିଭାଗ ପକ୍ଷରୁ ସାଲ ଓ ଉପହାର ପ୍ରଦାନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ନନ୍ଦପୁର ପୋଲିସ ଏସ୍ଡିପିଓ ସଞ୍ଜୟ ମହାପାତ୍ର, ହେଡକ୍ବାର୍ଟର ଡିଏସପି ସଞ୍ଜୟ କୁମାର ମଣ୍ଡଳ,ଜୟପୁର ଏସ୍ଡିପିଓ ଅରୁପ ଅଭିଷେକ ବେହେରା, ଡ଼ିଏସପି ସୁମିତ୍ରା ଜେନା ପ୍ରମୁଖ ବିଦାୟକାଳୀନ ସଭାରେ ଉପସ୍ଥିତ ରହିଥିଲେ।ବୋରିଗୁମ୍ମା ଥାନା ଆଇଆଇସି ଖିରେଶ୍ୱର ସାହୁ,ବି ସିଂହପୁର ଥାନା ଅଧିକାରୀ ସମ୍ବିତ କୁମାର ସ୍ବାଇଁ ପ୍ରମୁଖ ବିଦାୟକାଳୀନ ସଭାକୁ ପରିଚାଳନା କରିଥିଲେ।ସ୍ଥାନୀୟ ତହସିଲଦାର ସୁବାସ ଚନ୍ଦ୍ର ରଇତ,ଅଗ୍ନିଶମ ଅଧିକାରୀ ଦୂରାଦକ୍ଷ ବାଗ ଏବଂ ବୋରିଗୁମ୍ମା ସହର ର ବଦାନ୍ୟ ବ୍ୟକ୍ତି ବିବେକାନନ୍ଦ ପଟନାୟକ, ରାମଚନ୍ଦ୍ର ପାଢ଼,କେ.ନାଗରାଜ ଦୋରା,ସୂର୍ଯ୍ୟ ଆଚାରୀ, ମୁନା ଦୋରା,ଏସ.ଭାସ୍କର ରାଓ,କେଶବ ପଣ୍ଡା ଓ ଅନ୍ୟ ମାନେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ।
