ହିମାଚଳ ପ୍ରଦେଶରେ ଭୂମିକମ୍ପ, ତୀବ୍ରତା ୩.୫
ନୂଆଦିଲ୍ଲୀ : ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା । ଏହାର କେନ୍ଦ୍ରସ୍ଥଳୀ ଧର୍ମଶାଳାରୁ ୫୭ କିମି ଦୂରରେ ଥିଲା ।
ଶୁକ୍ରବାର ସକାଳ ୭ଟା ୪୬ ମିନିଟ ସମୟରେ ଲୋକେ ଭୂମିକମ୍ପର ଝଟକା ଅନୁଭବ କରିଥିଲେ । ଏହାର ତୀବ୍ରତା ଖୁବ କମ୍ ଥିଲା । ଫଳରେ କୌଣସି କ୍ଷୟକ୍ଷତି ହୋଇନାହିଁ । ତେବେ ଭୂମିକମ୍ପ ପରେ ଲୋକେ ଘରୁ ବାହାରକୁ ଆସି ଯାଇଥିଲେ । କିଛି ସମୟ ଯାଏଁ ସେମାନେ ବାହାରେ ହିଁ ରହିଥିଲେ ।
