୪୧ ବର୍ଷରେ ସନ୍ନି ଲିଓନ, ଜାଣନ୍ତୁ ସଫଳତା ପାଇଁ ସଂଘର୍ଷର କାହାଣୀ
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସନ୍ନି ଲିଓନଙ୍କ ଆଜି ୪୧ତମ ଜନ୍ମଦିନ। ବି-ଟାଉନରେ ନିଜର ବୋଲ୍ଡ ଷ୍ଟାଇଲ ଗ୍ଲାମରସ୍ ଅନ୍ଦାଜ୍ ପାଇଁ ସେ ବେଶ ଜଣାଶୁଣା । ସଫଳତା ଶୀର୍ଷ ଛୁଇଁବା ପାଇଁ ସେ ଅନେକ ସଂଘର୍ଷ କରିଛନ୍ତି । ସଲମାନ ଖାନଙ୍କ ଶୋ’ ବିଗ୍ ବସ୍ ରେ ଅଂଶଗ୍ରହଣ କରିବା ପରେ ତାଙ୍କ ଭାଗ୍ୟ ବଦଳି ଯାଇଥିଲା । ଧୀରେ ଧୀରେ ଫିଲ୍ମରେ ସଫଳତା ପାଇଥିଲେ। ଅନେକ ହିଟ୍ ଆଇଟମ୍ ଗୀତ ମଧ୍ୟ ଦେଇଛନ୍ତି। ଖୁବ୍ କମ୍ ଲୋକ ଜାଣିନ୍ତି କି ସନ୍ନି ଗୋଟିଏ ଆଇଟମ୍ ନମ୍ବର ପାଇଁ ନିର୍ମାତାମାନଙ୍କ ଠାରୁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି। ତେବେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ…
ବିଗ୍ ବସ୍କୁ ଆସିବା ପରେ ସନ୍ନି ଖୁବ୍ ସଫଳତା ପାଇଥିଲେ । ମହେଶ ଭଟ୍ଟ ସେହି ସମୟରେ ସନ୍ନି ଲିଓନଙ୍କୁ ଜିସ୍ମ-୨ ପାଇଁ ଅଫର କରିଥିଲେ। ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା । ଯାହା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଯାହା ପରେ ସେ ଆଉ ପଛକୁ ଚାହିଁ ନଥିଲେ। ସନ୍ନି ‘ୱାନ ନାଇଟ୍ ଷ୍ଟାଣ୍ଡ’, ‘କୁଛ କୁଛ ଲୋଚା ହୈ’, ‘ରାଗିଣୀ ଏମଏମଏସ-୨’, ଜ୍ୟାକପଟ ଏବଂ ଏକ ପାହେଲି ଲୀଲା ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହା ବ୍ୟତୀତ ଅନେକ ଆଇଟମ୍ ନମ୍ବର ଠୁମକା ଲଗାଇ ଲୋକପ୍ରିୟ ହୋଇଥିଲେ। ସବୁଠାରୁ ବଡ କଥା ହେଲା ସନ୍ନି ଆଇଟମ୍ ନମ୍ବର ପାଇଁ ମୋଟା ଅଙ୍କ ନିଅନ୍ତି । ଗୋଟି ଗୀତ ପାଇଁ ୩ରୁ୪ କୋଟି ଆଦାୟ କରନ୍ତି । ସେ ଯେଉଁ ପ୍ରକାରର ଧମାଲ କରନ୍ତି ନିର୍ମାତାମାନେ ତା ଠାରୁ ବି ଅଧିକ ଫି ଦେବାକୁ ରାଜି ହୋଇ ଯାଆନ୍ତି ।
ବ୍ୟକ୍ତିଗତ ବିଷୟରେ କହିବାକୁ ଗଲେ ସନ୍ନି ନିଜର ବୋଲ୍ଡ ଷ୍ଟାଇଲ୍ ପାଇଁ ନୁହେଁ ବରଂ ଜଣେ ଭଲ ବ୍ୟକ୍ତି ଭାବରେ ମଧ୍ୟ ଜଣାଶୁଣା । ତାଙ୍କର ତିନୋଟି ସନ୍ତାନ ଅଛନ୍ତି । ନିକଟରେ ସେ ଇଣ୍ଡଷ୍ଟ୍ରିରୁ ଦୁରେଇ ଯାଇଥିଲେ । ଏବେ ସେ ପୁଣି ଭାରତକୁ ଫେରି ଆସିଛନ୍ତି । ବର୍ତ୍ତମାନ ମୁମ୍ବାଇରେ ଏକ ବିଳାଶପୂର୍ଣ୍ଣ ଘର କିଣିଛନ୍ତି । ସନ୍ନି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି । ପ୍ରଶଂସକଙ୍କ ପାଇଁ କିଛି ନା କିଛି ଫଟୋ ଭିଡିଓ ସେୟାର କରିଥାନ୍ତି।
