ପନ୍ତ ଓ ଶାର୍ଦ୍ଦୁଳଙ୍କୁ ଜରିମାନା, ଗୋଟିଏ ମ୍ୟାଚ୍ ପାଇଁ ବାସନ୍ଦ ହେଲେ ସହକାରୀ କୋଚ୍
ନୂଆଦିଲ୍ଲୀ : ଆଇପିଏଲ୍-୨୦୨୨ରେ ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚର ଶେଷ ଓଭରରେ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଥିଲା । ଶେଷ ଓଭରରେ ଅମ୍ପାୟାର ନୋ ବଲ୍ ନଦେବାରୁ ଏପରି ହୋଇଥିଲା । ନୋ ବଲ ନ ଦେବାକୁ ନେଇ ରାଗି ଯାଇ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଖେଳାଳିଙ୍କୁ ଫେରି ଆସିବାକୁ କହିଥିଲେ । ସେହିପରି ଦିଲ୍ଲୀ କୋଚ୍ ମଧ୍ୟ ପଡିଆରେ ପଶି କୋଚଙ୍କ ସହ ଯୁକ୍ତି କରିଥିଲେ । ଯାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଆଇପିଏଲ କର୍ତୃପକ୍ଷ ।
ଆଇପିଏଲ କର୍ତୃପକ୍ଷ ଆଚାର ସଂହିତା ଉଲ୍ଲଙ୍ଘନ ଅଭିଯୋଗରେ ପନ୍ତଙ୍କ ଉପରେ ଜରିମାନା ଲଗାଇଛନ୍ତି । ଏହାସହ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ଓ ସହକାରୀ କୋଚ୍ ପ୍ରବୀଣ ଆମରେଙ୍କ ଉପରେ ମଧ୍ୟ ଜରିମାନା ଲଗାଯାଇଛି । ପନ୍ତଙ୍କ ମ୍ୟାଚ୍ ଫି ଉପରେ କର୍ତୃପକ୍ଷ ୧୦୦% ଜରିମାନା ଲଗାଇଛନ୍ତି । ସେ ଦଣ୍ଡ ସ୍ୱୀକାର ମଧ୍ୟ କରିଛନ୍ତି । ସେହିପରି ଶାର୍ଦ୍ଦୁଳଙ୍କ ମ୍ୟାଚ୍ ଫି ଉପରେ ୫୦% ଜରିମାନା ଲାଗିଛି । ପନ୍ତ ଆଇପିଏଲର ଆଚାର ସଂହିତା ୨.୭ ଉଲ୍ଲଙ୍ଘନ କରିଥିବା ବେଳେ ଶାର୍ଦ୍ଦୁଳ ୨.୮ ଉଲ୍ଲଙ୍ଘନ କରିଛନ୍ତି । ଏତତ୍ ବ୍ୟତୀତ ଅମ୍ପାୟାରଙ୍କ ସହ ଯୁକ୍ତି ତର୍କ କରିବା ଅଭିଯୋଗରେ ଓ ଖେଳାଳିଙ୍କୁ ଫେରାଇ ଆଣିବା ଅବିଯୋଗରେ କୋଚ୍ ପ୍ରବୀଣ ଆମରେଙ୍କୁ ଅଧିକ ଦଣ୍ଡ ମିଳିଛି । ତାଙ୍କ ମ୍ୟାଚ୍ ଫିର ୧୦୦% ତରିମାନା ଲାଗିଥିବା ବେଳେ ଆଗାମୀ ଗୋଟିଏ ମ୍ୟାଚ୍ ପାଇଁ ବାସନ୍ଦ କରାଯାଇଛି । ଆମେର ଆଚାର ସଂହିତା ୨.୨ ଉଲ୍ଲଙ୍ଘନ କରିଛନ୍ତି । ତେଣୁ ତାଙ୍କୁ ଆଇପିଏଲ ବୋର୍ଡ ଦୋଷୀ ସାବ୍ୟସ୍ତ କରିଛି ।
#IPL2022
— That Cricket Guy (@ThatCric_Guy) April 22, 2022
This is unacceptable in gentleman game pic.twitter.com/Vhw5vIFC83
ସୂଚନା ଯେ, ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ବାରମ୍ବାର ଟିଭି ଅମ୍ପାୟାରଙ୍କୁ ନୋ ବଲ ପାଇଁ ଥାର୍ଡ ଅମ୍ପାୟାରଙ୍କୁ ଚେକ୍ କରିବା ପାଇଁ ଦାବି କରିଥିଲେ । କିନ୍ତୁ ନିୟମ ଅନୁସାରେ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତି ବଦଳି ନଥାନ୍ତା । ଏହାପରେ ଅଧିନାୟକ ଋଷଭ ପନ୍ତ ଉଭୟ ବ୍ୟାଟରଙ୍କୁ ଚାଲି ଆସିବାକୁ କହିଥିଲେ । ସେନ ଓ୍ୱାଟସନ ପନ୍ତଙ୍କ ପାଖକୁ ଆସି ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏପରିକି ଜୋସ୍ ବଟଲର ମଧ୍ୟ ପନ୍ତଙ୍କୁ ବୁଝାଇଥିଲେ । ଅନ୍ୟପକ୍ଷରେ ଦିଲ୍ଲୀ କୋଚ୍ ପ୍ରବୀଣ ଆମରେ ପଡିଆରେ ପଶି ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ । ସେ ମାହୋଲକୁ ଆହୁରି ସଙ୍ଗୀନ କରିଥିଲେ । ସେ ନୋ ବଲ ନିଷ୍ପତ୍ତିକୁ ନେଇ ଯୁକ୍ତି କରିଥିଲେ । ଏହାପରେ ମଧ୍ୟ ଫିଲ୍ଡି ଅମ୍ପାୟାର ଥାର୍ଡ ଅମ୍ପାୟାରଙ୍କ ସହାୟତା ଲୋଡିନଥିଲେ । ଅମ୍ପାୟାର ତାଙ୍କୁ ଷ୍ଟାଡିୟମ ବାହାରକୁ ଯିବାକୁ କହିଥିଲେ । ସେ ଗଲା ପରେ ମ୍ୟାଚ୍ ପୁଣି ଆରମ୍ଭ ହୋଇଥିଲା ।
