ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗା ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ : ଏସପି
ପୁରୀ : ଶ୍ରୀମନ୍ଦିର ରୋଷ ଘର ଭିତରେ ଚୁଲି ଭଙ୍ଗା ଘଟଣା ନେଇ ଏସପିଙ୍କ ପ୍ରତିକ୍ରିୟା। ଆଇପିସିର ଦଫା ୪୨୭,୨୯୫,୨୯୫ (କ),ଶ୍ରୀମନ୍ଦିର ପ୍ରଶାସନର ଆଇନ୍ ୩୦(କ) ୪(ବି)ରେ ମାମଲା ରୁଜୁ। ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠିତ । ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉଛି । ସବୁ ଦିଗରୁ ତଦନ୍ତ ଚାଲିଛି ।ଏଭଳି ସମ୍ବେଦଶୀଳ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନିଆଯିବ ବୋଲି ପୁରୀ ଏସପି କେ.ବିଶାଲ ସିଂହଙ୍କ ସୂଚନାଦେଇଛନ୍ତି ।
