ଗୋରଖନାଥ ମନ୍ଦିର ବାହାରେ ଅଘଟଣ; ଧାରୁଆ ଅସ୍ତ୍ରରେ ପୋଲିସ୍କୁ ଆକ୍ରମଣ କଲା ଆଇଆଇଟି ଗ୍ରାଜୁଏଟ ଛାତ୍ର
ଲକ୍ଷ୍ନୌ : ଉତ୍ତରପ୍ରଦେଶ ଗୋରଖପୁରରେ ଥିବା ଗୋରଖନାଥ ମନ୍ଦିର ବାହାରେ ବଡ଼ ଅଘଟଣ ଘଟିଛି। ଜଣେ ଆଇଆଇଟି ଗ୍ରାଜୁଏଟ ଛାତ୍ର ଧାରୁଆ ଅସ୍ତ୍ରରେ ପୁଲିସ୍କୁ ଆକ୍ରମଣ କରିଛି। ଏଥିସହ ସେ ବଳପୂର୍ବକ ମନ୍ଦିର ଭିତରକୁ ମଧ୍ୟ ପଶିବାକୁ ଚେଷ୍ଟା କରିଛି । ମନ୍ଦିର ଭିତରକୁ ପଶିବା ସମୟରେ ସେ ଧାର୍ମିକ ନାରାବାଜୀ ଦେଉଥିବା ମଧ୍ୟ ଶୁଣିବାକୁ ମିଳିଛି । ତେବେ ସେ କେଉଁ ଉଦ୍ଦେଶ୍ୟରେ ଏପରି କରୁଥିଲା, ସେକଥା ଜଣାପଡ଼ିନି ।
ସାମ୍ନାକୁ ଆସିଥିବା ଭିଡିଓରେ ଇଞ୍ଜିନିୟର ଜଣକ ହାତରେ ଗୋଟିଏ ଧାରୁଆ ଅସ୍ତ୍ର ଧରି ଗୋରଖନାଥ ମନ୍ଦିର ବାହାରେ ଚିତ୍କାର କରୁଛି। ସେ ପୋଲିସକୁ ଆକ୍ରମଣ କରି ମନ୍ଦିର ଭିତରକୁ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ବେଳେ ଲୋକମାନେ ତା’ ଉପରକୁ ପଥର ମାଡ଼ କରୁଛନ୍ତି। ପୋଲିସ ମଧ୍ୟ ତା’ ଉପରକୁ ପଥର ମାଡ଼ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି। ତେବେ କିଛି ସମୟର ପରେ ଉପସ୍ଥିତ ଲୋକମାନେ ଉକ୍ତ ଯୁବକକୁ କାବୁ କରିବାକୁ ସକ୍ଷମ ହୋଇଥିଲେ। ଫଳରେ ସେ ଆଉ ମନ୍ଦିର ଭିତରେ ପ୍ରବେଶ କରିପାରି ନାହିଁ।
