ମଦ ଦୋକାନକୁ ବିରୋଧ କରି ତାତିଲେ ମହିଳା ! ରାସ୍ତା ଅବରୋଧ ସହ କ୍ରୀଡାମନ୍ତ୍ରୀଙ୍କ ଗାଡି ଅଟକ
କାକଟପୁର : ମଦ ଦୋକାନକୁ ବିରୋଧ କରି ତାତିଲେ ମହିଳା । କାକଟପୁର ଭୁବନେଶ୍ୱରର ରାସ୍ତା ଉପରେ ଶତାଧିକ ମହିଳା କଲେ ରାସ୍ତା ରୋକ୍ ।
କାକଟପୁର ମୁଖ୍ୟ ରାସ୍ତାକୁ ଲାଗି ଆରମ୍ଭ ହେଉଥିବା ଠିପି ଖୋଲା ମଦ ଦୋକାନକୁ ବିରୋଧ କରି ଶତାଧିକ ମହିଳା ରାସ୍ତା ଅବରୋଧ କରିଛନ୍ତି । ସମସ୍ତେ ଏକତ୍ରିତ ହୋଇ କାକଟପୁର -ଅସ୍ତରଙ୍ଗ -କୋଣାର୍କ ରାସ୍ତା ବନ୍ଦ କରି ମଦ ବିରୁଦ୍ଧରେ ନାରା ଦେଇଛନ୍ତି । ମଦ ଦୋକାନ ବନ୍ଦ ମୁଖ୍ୟ ଦାବି ରଖିବା ସହିତ କ୍ରୀଡାମନ୍ତ୍ରୀ ତୃଷାର କାନ୍ତି ବେହେରା ଗାଡିକୁ ଅଟକ ରଖିଛନ୍ତି । ସରକାରଙ୍କ ନିୟମ ଅନୁଯାଇ ମୁଖ୍ୟ ରାସ୍ତା ଠାରୁ ୫୦୦ମିଟର ଦୂରରେ ମଦ ଦୋକାନ ହେବା କଥା ମାତ୍ର କାକଟପୁର ମେନ ରୋଡକୁ ଲାଗି ହେଉଥିବା ମଦ ଦୋକାନକୁ କିଏ ଅନୁମତି ଦେଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
