ଋଷର ମିସାଇଲ ମାଡରେ ଧ୍ୱଂସ ହେଲା ୟୁକ୍ରେନର ସବୁଠୁ ବଡ ତୈଳ ରିଫାଇନାରୀ
ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଧ୍ୟ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ୟୁକ୍ରେନ ଉପରେ ଘନଘନ ମିସାଇଲ ମାଡ କରୁଛି ଋଷ। ମିସାଇଲ ମାଡରେ ୟୁକ୍ରେନର ସବୁଠାରୁ ବଡ ତୈଳ ରିଫାଇନାରୀ ଧ୍ୱଂସ ହୋଇଯାଇଛି । ଏହି ରିଫାଇନାରୀ କ୍ରେମେନଚୁକ୍ ଅଞ୍ଚଳରେ ରହିଥିଲା । ଯେଉଁଠାରେ ଗତ ୧ ତାରିଖରେ ଋଷ ଲଗାତର ଭାବେ ଆକ୍ରମଣ କରୁଛି ।
୩୮ ଦିନରେ ପହଁଚିଲାଣି ରୁଷ-ୟୁକ୍ରେନ୍ ଯୁଦ୍ଧ । କେହି ପଛଘୁଞ୍ଚା ଦେବାକୁ ନାରାଜ । ରୁଷ ଯୁଦ୍ଧରେ କଳ, ବଳ,. କୌଶଳ ପ୍ରୟୋଗ କରୁଥିବା ବେଳେ ଯୁକ୍ରେନ ପଛଘୁଞ୍ଚା ଦେବାକୁ ନାରାଜ । ଏହି ଯୁଦ୍ଧରେ ମାରିୟୁପୋଲ୍ ସହର ସର୍ବାଧିକ ପ୍ରଭାବିତ ହୋଇଛି। ମାରିୟୁପୋଲ୍ ରେ ରୁଷ୍ ର ପ୍ରଚଣ୍ଡ ଆକ୍ରମଣ ଥମି ଥିଲେ ମଧ୍ୟ ସେଠାରେ ମୃତ୍ୟୁ ଓ ଧ୍ବଂସର ଏଭଳି ତାଣ୍ଡବ ଦେଖିବାକୁ ମିଳିଛି । ଯାହା ୟୁକ୍ରେନ୍ ର ଅନ୍ୟ କେଉଁଠି ଦେଖାଯାଇନାହିଁ। ଏହି ବନ୍ଦର ସହରକୁ ମାଟିରେ ମିଶାଇ ଦେଦା ପାଇଁ ରୁଷ୍ ଅତି ଭୟାନକ ଆକ୍ରମଣ କରିଥିବାରୁ ସବୁକିଛି ବରବାଦ ହୋଇଯାଇଛି। ପୂରା ସହର ଏକ ଧ୍ବଂସ ସ୍ତୁପରେ ପରିଣତ ହୋଇଥିବା ବେଳେ ଧ୍ବଂସାବଶେଷ ତଳେ ହଜାର ହଜାର ଲୋକଙ୍କ ଶବ ପୋତିହୋଇ ରହିଥବା ଆଶଙ୍କା କରାଯାଉଛି।
ମାରିୟୁପୋଲ୍ ରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ହଜାର ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ିଚାଲିଛି। ଏଭଳି ସ୍ଥିତିରେ ବି ସହରରେ ଲକ୍ଷାଧିକ ଲୋକ ବଞ୍ଚିବାପାଇଁ ସଂଘର୍ଷ ଜାରି ରଖିଛନ୍ତି। ଖାଦ୍ୟ, ପାଣି, ବିଦ୍ୟୁତ, ଗ୍ୟାସ୍ କିଛି ବି ଜରୁରୀ ସାମଗ୍ରୀ ଉପଲବ୍ଧ ନାହିଁ। ତେବେ ମାରିୟୁପୋଲ୍ ରେ ସହାୟତା ପହଞ୍ଚାଇବାକୁ ରେଡ୍ କ୍ରସର ପ୍ରୟାସ ଜାରି ରହିଛି ବୋଲି କୁହାଯାଉଛି। ରୁଷ୍ -ୟୁକ୍ରେନ୍ ଯୁଦ୍ଧକୁ ୩୮ ଦିନ ପୂରିଥିବା ବେଳେ ରୁଷ୍ ଏବେ କିବ୍ ଏବଂ ଚେର୍ନିହିବରୁ ସେନା ପ୍ରତ୍ୟାହାର କରି ପୂର୍ବ ଏବଂ ଦକ୍ଷିଣ ଉପରେ ଅଧିକ ଫୋକସ୍ କରିଛି।ଏହାସହ ୟୁକ୍ରେନର ସବୁଠାରୁ ବଡ ତୈଳ ରିଫାଇନାରୀ ଉପରେ ଆକ୍ରମଣ କରି ଧ୍ୱଂସ କରିପକାଇଛି ।
