ନିଖୋଜ ଯୁବକର ମୃତଦେହ ପୋଖରୀରୁ ଉଦ୍ଧାର
ଜଳେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ଆମ୍ବଳିଅଠା ନିକଟ ଏକ ପୋଖରୀରୁ ଜଣେ ମୟୁରଭଞ୍ଜ ଜିଲାର ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି । ୨ଦିନ ହେବ ନିଖୋଜ ଥିଲେ ମଧ୍ୟ ପୋଲିସ୍ ନିକଟରେ କୌଣସି ସୂଚନା ଦିଆଯାଇ ନଥିବାରୁ ଶନିବାର ପାଣିରେ ଭାସୁଥିବା କେତେକ କୃଷି ଶ୍ରମିକ ଦେଖିଥିଲେ । ପରେ ଦମକଳ ବାହିନୀ ପହଞ୍ôଚ ମୃତଦେହ ଉଦ୍ଧାର କରିଥିଲେ ।
ଘଟଣାରୁ ପ୍ରକାଶ, ମୟୂରଭଞ୍ଜ ଜିଲାର କେତେକ କୃଷି ଶ୍ରମିକ ଆମ୍ବଳିଅଠା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରକୁ କାମ କରିବାକୁ ଆସିଥିଲେ । ସେମାନେ କିଆଁଗଡ଼ିଆ ଠାରେ ଥିବା ଫାର୍ମ ହାଉସ୍ ନିକଟରେ ଅସ୍ଥାୟୀ କୁଡ଼ିଆରେ ରହିବା ସହିତ ପ୍ରତିଦିନ କ୍ଷେତରେ କାର୍ଯ୍ୟ କରୁଥିଲେ । ଗତ ୨ଦିନ ତଳେ ଢେକି ନେଞ୍ଚା ଗ୍ରାମର ଡାକ ଦେହୁରୀ କ୍ଷେତକୁ କାମ କରିବାକୁ ଯାଇ ଅସ୍ଥାୟୀ କୁଡ଼ିଆକୁ ଫେରିନଥିଲା । ତାର ସହକର୍ମୀମାନେ ଖୋଜାଖୋଜି କରିଥିଲେ ମଧ୍ୟ ଏଥିପ୍ରତି କେହି ଗୁରୁତ୍ୱ ଦେଇନଥିଲେ କି ପୋଲିସ୍କୁ ଖବର ଦେଇନଥିଲେ । ଶନିବାର ସକାଳେ କେତେକ ସହଯୋଗୀ କୃଷି ଶ୍ରମିକ ଫାର୍ମ ହାଉସ୍ ନିକଟରେ ଥିବା ପୋଖରୀ ନିକଟକୁ ଗାଧୋଇବାକୁ ଗଲାବେଳେ ଯୁବକର ମୃତ ଶରୀର ଭାସୁଥିବା ଦେଖି ପୋଲିସ୍କୁ ଜଣାଇଥିଲେ । ଦମକଳ ବାହିନୀ ସେଠାରେ ପହଞ୍ôଚ ମୃତଦେହ ଉଦ୍ଧାର କରିଥିବା ବେଳେ ଜଳେଶ୍ୱର ପୋଲିସ୍ ଶବ ବ୍ୟବଚ୍ଛେଦ କରାଇ ତଦନ୍ତ ଜାରି ରଖିଛି । ସେହିପରି ଘଟଣା ସମ୍ପର୍କରେ ବହୁ କଥା ଶୁଣିବାକୁ ମିଳୁଛି ।
