ବିଶ୍ୱହିନ୍ଦୁ ପରିଷଦ ବାଲେଶ୍ୱର ନଗର ତରଫରୁ ହିନ୍ଦୁ ନବବର୍ଷ ପାଳିତ
ବାଲେଶ୍ୱର : ବାଲେଶ୍ୱର ଗୋପାଳଗାଁ ସ୍ଥିତ ଏକ ଘରୋଇ କଲ୍ୟାଣ ମଣ୍ଡପ ପରିସରରେ ଶନିବାର ବିଶ୍ୱହିନ୍ଦୁ ପରିଷଦ ବାଲେଶ୍ୱର ନଗର ତରଫରୁ ‘ହିନ୍ଦୁ ନବବର୍ଷ’ କୋଭିଡ ନିୟମ ଅନୁଯାୟୀ ଧୁମଧାମରେ ପାଳିତ ହୋଇଯାଇଅଛି । ପୂର୍ବାହ୍ନରେ ସୂର୍ଯ୍ୟଉଦୟ ସମୟ ରେ ଓଁ କାର ଧ୍ୱନି, ବେଦପାଠ, ଶଙ୍ଖ ଧ୍ୱନି ସହ ଉଦଘାଟନ ଏବଂ ବିଶ୍ୱଶାନ୍ତି ଜଜ୍ଞ ପୂଜାର୍ଚ୍ଚନା କରାଯାଇଥିଲା । ସନ୍ଧ୍ୟା ୬ଟା ସମୟରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏଥିରେ ବନାରସ ରୁ ଆସିଥିବା ‘ସ୍ୱାମୀ ସାଶ୍ୱତାନନ୍ଦଜୀ ସରସ୍ୱତୀ ମହାରାଜ’ ମୂଖ୍ୟ ବକ୍ତା ଭାବେ ଯୋଗ ଦେଇ ହିନ୍ଦୁ ତଥା ହିନ୍ଦୁତ୍ୱ ଭୂମିକା ସମ୍ପର୍କରେ ଗୁରୁତ୍ୱ ଆରୋପ କରିଥିଲେ ।
ଜିଲା ଉପସଭାପତି ସଞ୍ଜୟ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ନଗର ସଭାପତି ଆଲୋକ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ସଂଗଠନ ର ବରିଷ୍ଠ ସଦସ୍ୟ ତଥା ସଂଗଠନ ସହ ଜଡ଼ିତ ଥିବା ବିଭିନ୍ନ ଅନୁଷ୍ଠାନକୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସାସ୍କୃତିକ କାର୍ଯ୍ୟକ୍ରମ ରେ ଗୁରୁକୃତି ଅନୁଷ୍ଠାନ, ଇସ୍କନ, ସତ୍ୟମ ଯୋଗ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର-ମାଣିଖମ୍ବ, ନୃତ୍ୟାୟନ ସଂଗଠନ, ସଂସ୍କାର କେନ୍ଦ୍ର ମାଣିଖମ୍ବ ଯୋଗ ଦେଇ ତାଙ୍କର କଳାକୃତି ପ୍ରଦର୍ଶନ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ମାଣିଖମ୍ବ ଠାରେ ଆୟୋଜିତ ହୋଇଥିବା ଭାରତୀୟ ସଂସ୍କୃତି ଓ ପରମ୍ପରା ଆଧାରିତ ବୈଦିକ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ସଂଗଠନ ତରଫରୁ ସମ୍ମାନିତ କରାଯାଇଥିଲା । ଶେଷରେ ପ୍ରଶାନ୍ତ ନାୟକ ଧନ୍ୟବାଦ ଦେବାପରେ ସଭାସାଙ୍ଗ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲାର ବରିଷ୍ଠ ଅଧିକାରୀ ଧରଣୀଧର ମିଶ୍ର, ରଜନୀକାନ୍ତ ଶତପଥି, ବଳଭଦ୍ର ଶତପଥି, ହେମଲତା ସାହୁ, ରାକେଶ ସାହା, ପ୍ରଫୁଲ୍ଲ ଦାସ, କ୍ଷୀତିଶ୍ୱର ଦାଶ, ଭାଗ୍ୟରଞ୍ଜନ ନାୟକ, ନିହାର ରଞ୍ଜନ ପଣ୍ଡା, ବିନୋଦ ନାୟକ ଏବଂ ସଂଗଠନର ବିଭିନ୍ନ ପଦାଧିକାରୀ, ଶତାଧିକ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।
