ବିଜେଡି ଦଖଲରେ ୩ ମହାନଗର ନିଗମ
ବ୍ରହ୍ମପୁରରେ ବିଜେଡି ମେୟର ପ୍ରାର୍ଥୀନି ସଂଘମିତ୍ରା ଦଳେଇ ବିଜୟୀ
ଭୁବନେଶ୍ୱରରେ ସୁଲୋଚନା , କଟକରେ ସୁବାସ ବିଜୟୀ
ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ଭୋଟ୍ ଗଣତି ଶେଷ ହୋହିଛି । ଏହା ମଧ୍ୟରେ ସମସ୍ତଙ୍କ ନଜର ଥିବା ୩ ଟି ମହାନଗର ନିଗମର ମେୟର ଆସନ ବିଜେଡି ହାତକୁ ଯାଇଛି । ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀନି ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି । ସେହିପରି ଭୁବନେଶ୍ୱର ଓ କଟକ ମହାନଗର ନିଗମ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ସୂଚନା ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମ ପାଇଁ ହୋଇଥିବା ମେୟର ନିର୍ବାଚନର ଭୋଟ ଗଣତି ଶେଷ ହୋଇଛି । ବିଜେଡି ମେୟର ପ୍ରାର୍ôଥନୀ ସଂଘମିତ୍ରା ଦଳେଇ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଶ୍ରୀମତୀ ଦଳେଇ ୨୦୨୮୬ ଭୋଟ ରେ ତାଙ୍କ ନିକଟତମ ପ୍ରାର୍ôଥନୀ ସବିତା ସୁଆରଙ୍କୁ ପରାସ୍ତ କରିଛନ୍ତି । ସଂଘମିତ୍ରାଙ୍କୁ ୬୬ ହଜାର ୬୮ ଖଣ୍ଡ ଭୋଟ ମିଳିଥିବା ବେଳେ ସବିତାଙ୍କୁ ୪୫ ହଜାର ୭୮୨ ଖଣ୍ଡ ଏବଂ ଆମ୍ ଆଦମୀ ପାର୍ଟିର ସି. ପ୍ରିୟଙ୍କାଙ୍କୁ ୭୪୫୩ ଖଣ୍ଡ ଭୋଟ ମିଳିଛି । ଅନ୍ୟପକ୍ଷରେ କଂଗ୍ରେସର ଦଳୀୟ ପ୍ରାର୍ôଥନୀ ମଂଜୁ ରଥ ମାତ୍ର ୬୭୬୮ ଖଣ୍ଡ ଭୋଟ ପାଇଛନ୍ତି ।
ସେହିପରି ବ୍ରହ୍ମପୁରରେ ମୋଟ ୪୨ଟି ୱାର୍ଡରୁ ଶାସକ ବିଜେଡି ୩୦ଟି ଆସନ ହାତେଇଥିବା ବେଳେ ବିଜେପି ୭, କଂଗ୍ରେସ ୧ ଓ ସ୍ୱାଧୀନ ୪ଟି ଆସନରେ ବାଜି ମାରିଛନ୍ତି ।
ଭୁବନେଶ୍ୱର ମହାନଗର ନିଗମରେ ବିଜେଡିର ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ ବିଜୟୀ ହୋଇଛନ୍ତି । ସୁଲୋଚନା ଦାସ ୬୧ ହଜାର ୧୪୩ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କର ନିକଟତମ ପ୍ରାର୍ôଥନୀ ବିଜେପିର ସୁନୀତି ମୁଣ୍ଡଙ୍କୁ ପରାସ୍ତ କରିଛନ୍ତି । ସୁଲୋଚନାଙ୍କୁ ୧,୭୪,୫୬୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ôଥନୀ ତଥା ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ସୁନୀତି ମୁଣ୍ଡଙ୍କୁ ୧,୧୩ ,୪୧୯ ଖଣ୍ଡ ଭୋଟ୍ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ôଥନୀ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ୧୧୦୦୬ ଖଣ୍ଡ ଭୋଟ ମିଳିଛି । ସେହିପରି ବିଜେଡିର ଅଧିକାଂଶ କର୍ପୋରେଟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ଅପରପକ୍ଷରେ କଟକ ମହାନଗର ନିଗମରେ ବିଜେଡିର ମେୟର ପ୍ରାର୍ଥୀ ସୁବାସ ସିଂ ବିଜୟୀ ହୋଇଛନ୍ତି । ସୁବାସ କଂଗ୍ରେସ ର ମେୟର ପ୍ରାର୍ଥୀନୀ ଗିରିବାଳା ବେହେରାଙ୍କୁ ୫୪,୬୧୩ ଖଣ୍ଡ ଭୋଟ୍ ରେ ପରାସ୍ତ କରିଛନ୍ତି । ସୁବାସଙ୍କୁ ୧,୧୬,୦୭୫ ଖଣ୍ଡ ଭୋଟ୍ ମିଳିଛି । ସେହିପରି କଂଗ୍ରେସର ଗିରିବାଳା ବେହେରାଙ୍କୁ ୬୧,୪୬୨ ଖଣ୍ଡ ଓ ବିଜେପି ର ଶ୍ରୀତମ ଦାସଙ୍କୁ ୪୨,୧୮୬ ଖଣ୍ଡ ଭୋଟ୍ ମିଳିଛି ।
