ପୌର ଭୋଟ୍ : ବିଜେଡି ହାତରେ ୭୩ ସିଟ୍
ଭୁବନେଶ୍ୱର : ପଂଚାୟତ ଭଳି ପୌର ନିର୍ବାଚନରେ ମଧ୍ୟ ଶାସକ ବିଜୁ ଜନତା ଦଳ ର ବଡ଼ ବିଜୟ ହୋଇଛି । ରାଜ୍ୟର ୧୦୫ଟି ପୌର ପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦ (ଏନ୍ଏସି) ମଧ୍ୟରୁ ବିଜେଡି ୭୩ଟି ସ୍ଥାନରେ ବିଜୟୀ ହୋଇଛି । ବିଜେପି ୧୬ ଓ କଂଗ୍ରେସ ୭ ଜଣ ପ୍ରାର୍ଥୀ ପୌର ଅଧ୍ୟକ୍ଷ ପଦବୀ ହାସଲ କରିଛନ୍ତି । ସେହିଭଳି ୯ ଜଣ ଅନ୍ୟ ଦଳ ଅଥବା ସ୍ୱାଧୀନ ପ୍ରାର୍ଥୀ ପୌରାଧ୍ୟକ୍ଷ ପଦବୀରେ ବିଜୟୀ ହୋଇଛନ୍ତି ।
ଅନୁଗୁଳର ୩ ପୌରାଂଚଳରୁ ୩ ଟି ଯାକ ବିଜେଡି ହାତକୁ ଯାଇଛି । ସେହିପରି ବାଲେଶ୍ୱରର ୫ ଟି ଆସନରୁ ୪ ଟି ବିଜେଡି ଏବଂ ଗୋଟିଏ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବରଗଡ ଜିଲ୍ଲାର ୪ ଟି ଆସନରୁ ୩ଟି ବିଜେଡି ଓ ଗୋଟିଏ ସ୍ୱାଧୀନ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଭଦ୍ରକର ୪ ଟି ପୌରାଂଚଳ ଆସନ ମଧ୍ୟରୁ ୩ ଟିର ଫଳାଫଳ ଆସିଛି । ସେଥିରୁ ୨ ଟି ରେ ବିଜେଡି କବଜା କରିଥିବା ବେଳେ ଗୋଟିଏ ସ୍ୱାଧୀନ ହାତକୁ ଯାଇଛି ।
ବଲାଙ୍ଗୀର ଜିଲ୍ଲାର ୫ ଟି ଆସନରୁ ୩ ଟିରେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ବିଜେପି ଓ କଂଗ୍ରେସ ହାତକୁ ଗୋଟିଏ ଲେଖାଏଁ ଆସନ ଯାଇଛି । ବୌଦ୍ଧ ଜିଲ୍ଲାର ଏକମାତ୍ର ପୌରାଧ୍ୟକ୍ଷ ବିଜେଡି ସପକ୍ଷରେ ଯାଇଛି । କଟକର ମଧ୍ୟ ସମସ୍ତ ପୌରାଂଚଳ ପଦବୀ ବିଜେଡି ଖାତାକୁ ଯାଇଛି । ଦେବଗଡର ଏକମାତ୍ର ପୌରାଧ୍ୟକ୍ଷ ପଦବୀ ବିଜେଡି ହାତରେ ରହିଛି । ଗଂଜାମ ଜିଲ୍ଲାରେ ମୋଟ ୧୮ଟି ପୌରାଂଚଳ ରହିଥିବା ବେଳେ ୧୨ ଟି ଅଧ୍ୟକ୍ଷ ପଦ ବିଜେଡି ହାତକୁ ଯାଇଛି । ସେହିପରି ୩ ଟି ବିଜେପି , କଂଗ୍ରେସ ଓ ୱାଧୀନ ଗୋଟିଏ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ଗଜପତି ଜିଲ୍ଲାର ୨ ଟି ପୌରାଂଚଳର ଅଧ୍ୟକ୍ଷ ପଦ ବିଜେଡି ସମକ୍ଷରେ ଯାଇଛି । ଜଗତସିଂହପୁରର ୨ ଟି ପୌରାଧ୍ୟକ୍ଷ ଆସନ ମଧ୍ୟରୁ ଗୋଟିଏ କଂଗ୍ରେସ ଓ ଗୋଟିଏ ବିଜେଡି ହାତକୁ ଯାଇଛି । ଯାଜପୁର ଜିଲ୍ଲାର ଦୁଇଟି ଯାକ ପୌରାଧ୍ୟକ୍ଷ ଆସନ ବିଜେଡି ସପକ୍ଷରେ ଯାଇଛି । ଝାରସୁଗୁଡା ଜିଲ୍ଲାର ଦୁଇଟି ଆସନ ମଧ୍ୟରୁ ବିଜେଡି ଓ କଂଗ୍ରେସ ଗୋଟିଏ ଗୋଟିଏରେ ବିଜୟୀ ହୋଇଛନ୍ତି ।
ସେହିପରି କଳାହାଣ୍ଡିର ୪ ଟି ପୌରାଂଚଳ ଅଧ୍ୟକ୍ଷ ପଦରୁ ବିଜେଡି ଓ ବିଜେପି ୨ ଟି ଲେଖାଏଁ ଆସନ ହାତେଇଛନ୍ତି । କନ୍ଧମାଳ ଜିଲ୍ଲାର ୩ ଟି ପୌରାଧ୍ୟକ୍ଷ ଆସନରୁ ୨ ଟି ବିଜେଡି ଓ ଗୋଟିଏ ବିଜେପି ହାତକୁ ଯାଇଛି । କେନ୍ଦ୍ରାପଡାର ୨ ଟି ଯାକ ଆସନ ବିଜେଡି ବିଜୟ ହାସଲ କରିଛନ୍ତି । କେନ୍ଦୁଝରର ୫ ଟି ଆସନରୁ ୪ ଟି ବିଜେଡି ଗୋଟିଏ ବିଜେପି ହାତକୁ ଯାଇଛି । ଖୋର୍ଦ୍ଧାର ସମସ୍ତ ୫ ଟି ଆସନ ବିଜେଡି ଖାତାକୁ ଯାଇଛି । କୋରାପୁଟ ଜିଲ୍ଲାର ୪ ଟି ଆସନରୁ ଗୋଟିଏ ବିଜେଡି ,୨ ଟା କଂଗ୍ରେସ ଓ ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ମାଲକାନଗିରିର ୨ ଟି ଆସନରୁ ବିଜେଡି ଓ ବିଜେପି ଗୋଟିଏ ଲେଖାଏଁ ଆସନ ପାଇଛନ୍ତି । ମୟୁରଭଂଜର ୪ ଟି ଆସନରୁ ବିଜେଡି ୩ ଟି ଓ ଗୋଟିଏରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ନବରଙ୍ଗପୁରର ୨ ଟି ପୌରାଂଚଳ ଅଧ୍ୟକ୍ଷ ପଦରୁ ଗୋଟିଏ ବିଜେଡି ଓ ଗୋଟିଏ ବିଜେପି ହାତକୁ ଯାଇଛି । ନୟାଗଡର ୪ ଟି ପୌରାଧ୍ୟକ୍ଷ ପଦବୀରୁ ୨ ଟି ବିଜେଡି ଓ ୨ ଟି ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ନୂଆପଡାରେ ୩ ଟି ପୌରାଧ୍ୟକ୍ଷ ପଦରୁ ଗୋଟିଏ ବିଜେପି , ଗୋଟିଏ କଂଗ୍ରେସ ଓ ଗୋଟିଏ ସ୍ୱାଧୀନ ଆହତକୁ ଯାଇଛି।
ପୁରୀରେ ୩ଟି ଯାକ ଆସନରେ ବିଜେଡି ବାଜିମାତ୍ କରିଛି । ରାୟଗଡା ଜିଲ୍ଲାର ୩ଟି ଆସନରୁ ୨ ଟି ବିଜେଡି ଓ ଗୋଟିଏ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସମ୍ବଲପୁରର ୨ ଟି ଆସନରୁ ବିଜେଡି ଓ ବିଜେପି ଗୋଟିଏ ଲେଖାଏଁ ଆସନ ଅକ୍ତିଆର କରିଛନ୍ତି । ସୁବର୍ଣ୍ଣପୁର ର ୩ ଟି ଯାକ ଆସନ ବିଜେଡି କାତାକୁ ଯାଇଛି । ସୁନ୍ଦରଗଡ ଜିଲ୍ଲାର ୩ ଟି ପୌରାଂଚଳ ଅଧ୍ୟକ୍ଷ ପଦବୀରୁ ୨ଟା ବିଜେଡି ଓ ଗୋଟିଏରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
