ବାଲେଶ୍ୱର ପୌରାଞ୍ଚଳ ହାତେଇଲା ବିଜେଡି : ବିଜେଡି ୧୮, ଭାଜପା ୯ ଓ ସ୍ୱାଧୀନରୁ ୪ କାଉନସିଲର ବିଜୟୀ
ବାଲେଶ୍ୱର : ବାଲେଶ୍ୱରରେ ପୌରାଞ୍ଚଳରେ ଭୋଟ ଗଣତି ଶେଷ ହୋଇଛି । ଆସିଲା ପୌର ନିର୍ବାଚନ ଫଳାଫଳ । ବାଲେଶ୍ୱର ଅଧ୍ୟକ୍ଷା ପଦ ହାତେଇଲା ଶାସକ ବିଜେଡି । ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ ସବିତା ସାହୁ ( ବିଜେଡି) ୩୮୫୨ଭୋଟରେ ଵିଜୟୀ ହୋଇଛନ୍ତି। ସେହିପରି ମୋଟ ୩୧ଟି ୱାର୍ଡରୁ ବିଜେଡି ୧୮, ଭାଜପା ୯ ଓ ସ୍ୱାଧୀନରୁ ୪ କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ପୂର୍ବରୁ ୩୧ ନମ୍ବର ଓ୍ବାର୍ଡରେ ବିଜେଡି କାଉନସିଲର ପ୍ରାର୍ଥୀ ରଞ୍ଜିତା ମହାପାତ୍ର ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।
ସୂଚନା ଯେ, ୧ ନଂ. ୱାର୍ଡର ବିଜେପି ପ୍ରାର୍ଥୀନୀ ସସ୍ମିତା ନାଥ ୪୫୧ ଖଣ୍ଡରେ ବିଜୟୀ ହୋଇଥିବା ବେଳେ ୨ ନଂ. ୱାର୍ଡର ବିଜେଡି ପ୍ରାର୍ଥୀ ଅମିତ କୁମାର ନାୟକ ୮୨, ୩ନଂ. ୱାର୍ଡର ବିଜେପି ପ୍ରାର୍ଥୀନୀ ରୋଜାଲିନ ପାଣି ୪୦୧, ୪ନଂ. ୱାର୍ଡର ବିଜେଡି ପ୍ରାର୍ଥୀନୀ ସଲମା ବିବି ୩୭୬, ୫ନଂ. ୱାର୍ଡର ବିଜେଡି ପ୍ରାର୍ଥୀନୀ ମିତା ପଟ୍ଟନାୟକ ୩୮୦, ୬ନଂ. ୱାର୍ଡର ବିଜେଡି ପ୍ରାର୍ଥୀନୀ କବିତା ମୁର୍ମୁ ୮୮, ୭ନଂ. ୱାର୍ଡର ବିଜେଡି ପ୍ରାର୍ଥୀ ମିରାଜ ବାନୋ ୪୯୨, ୮ନଂ. ୱାର୍ଡର ବିଜେଡି ପ୍ରାର୍ଥୀନୀ ପ୍ରୀତିଲତା ସେଠୀ ୪୩୩, ୯ନଂ. ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ସଂଜୀବ ଦାସ ୨୪୪, ୧୦ନଂ. ୱାର୍ଡର ବିଜେଡି ପ୍ରାର୍ଥୀ ରାଧାକୃଷ୍ଣ ଦାସ ୪୪୩, ୧୧ ନଂ. ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ଶେଖ ନୌସାଦ ଅଲ୍ଲୀ ୩୦୪, ୧୨ ନଂ. ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ଅନିଦ୍ୟ କୁମାର ପଣ୍ଡା ୯୩, ୧୩ନଂ. ୱାର୍ଡର ବିଜେପି ପ୍ରାର୍ଥୀନୀ ପ୍ରତିମା ବେହେରା ୨୭, ୧୪ ନଂ. ୱାର୍ଡର ବିଜେଡି ପ୍ରାର୍ଥୀ କୈଳାସ ସେଠୀ ୩୯୧, ୧୫ନଂ. ୱାର୍ଡର ବିଜେଡି ପ୍ରାର୍ଥୀନୀ ସନ୍ଧ୍ୟାରାଣୀ ଜେନା ୨୧୫, ୧୬ନଂ. ୱାର୍ଡର ବିଜେଡି ପ୍ରାର୍ଥୀନୀ ସବିତାରାଣୀ ଦାସ ୩୪୨, ୧୭ନଂ. ୱାର୍ଡର ବିଜେପି ପ୍ରାର୍ଥୀ ସତ୍ୟଶିଵ ସୁନ୍ଦର ଦାସ ୪୭, ୧୮ନଂ. ୱାର୍ଡର ବିଜେଡି ପ୍ରାର୍ଥୀନୀ ଅର୍ପିତା ପଟ୍ଟନାୟକ ୧୨୧, ୧୯ନଂ. ୱାର୍ଡର ବିଜେଡି ପ୍ରାର୍ଥୀନୀ ଶୋଭା ମହାପାତ୍ର ୩୩୩, ୨୦ନଂ. ୱାର୍ଡର ବିଜେପି ପ୍ରାର୍ଥୀନୀ ନିରୂପମା ଦାସ ୭୪, ୨୧ନଂ. ୱାର୍ଡର ବିଜେପି ପ୍ରାର୍ଥୀନୀ ସୁଚିସ୍ମିତା ପଣ୍ଡା ୫୨୨, ୨୨ନଂ. ୱାର୍ଡର ବିଜେଡି ପ୍ରାର୍ଥୀ ଦେବାଶିଷ ସିଂ ୧୦୫,
୨୩ନଂ. ୱାର୍ଡର ବିଜେଡି ପ୍ରାର୍ଥୀନୀ ଶଶିରେଖା ମହାନ୍ତି ୮, ୨୪ନଂ. ୱାର୍ଡର ବିଜେଡି ପ୍ରାର୍ଥୀନୀ ମିନା ମହାନ୍ତି ୭୨୬, ୨୫ନଂ. ୱାର୍ଡର ବିଜେପି ପ୍ରାର୍ଥୀ ନିତ୍ୟଗୋପାଳ ସିଂ ୬୮, ୨୬ନଂ. ୱାର୍ଡର ବିଜେଡି ପ୍ରାର୍ଥୀ ଶେଖ ଆୟୁବ ୧୬୬, ୨୭ନଂ. ୱାର୍ଡର ସ୍ୱାଧୀନ ପ୍ରାର୍ଥୀ ପଦ୍ମଲୋଚନ ଲେଙ୍କା ୮୮୭, ୨୮ନଂ. ୱାର୍ଡର ବିଜେପି ପ୍ରାର୍ଥୀନୀ ଗୌରୀ ଦାଶ ୧୨୬, ୨୯ନଂ. ୱାର୍ଡର ବିଜେଡି ପ୍ରାର୍ଥୀ କାର୍ତ୍ତିକ ଚନ୍ଦ୍ର ସାହୁ ୪୩, ୩୦ନଂ. ୱାର୍ଡର ବିଜେପି ପ୍ରାର୍ଥୀନୀ ଭାରତୀ ପାତ୍ର ୨୦୧ ଓ ୩୧ନଂ. ୱାର୍ଡର ବିଜେଡି ପ୍ରାର୍ଥୀନୀ ରଞ୍ଜିତା ମହାପାତ୍ର ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଛନ୍ତି ।
