ଜାପାନର ଜଳଭାଗରେ ଥିବା ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳରେ ପଡ଼ିଲା ଉତ୍ତର କୋରିଆର ମିସାଇଲ
ନୂଆଦିଲ୍ଲୀ : ବୃହତ୍ତମ ଅନ୍ତର୍ମହାଦେଶୀୟ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କଲା ଉତ୍ତର କୋରିଆ । ଏହି କ୍ଷେପଣାସ୍ତ୍ରଟି ଆସି ଜାପାନର ଜଳଭାଗରେ ଥିବା ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳରେ ପଡିଛି । ଏଥି ଯୋଗୁଁ ଜାପାନର କୌଣସି ଜାହାଜ ବା ବିମାନର କ୍ଷତି ହୋଇନାହିଁ । ଏହା ଜାପାନର ସୁରକ୍ଷା ପ୍ରତି ଗୁରୁତର ବିପଦ ବୋଲି ଜାପାନ ବିଦେଶ ମନ୍ତ୍ରାଣାଳୟ ପ୍ରକାଶ କରିଛି ।
ଉତ୍ତର କୋରିଆର ଏଭଳି କାମକୁ ଆମେରିକା ଓ ପଡୋଶୀ ଦେଶଗୁଡିକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ଉତ୍ତର କୋରିଆ ସେନା ୨୦୧୭ ପରେ କିମ୍ଜଙ୍ଗ ଉନଙ୍କ ସବୁଠୁ ଶକ୍ତିଶାଳୀ କ୍ଷେପଣାସ୍ତ୍ରର ପ୍ରଥମ ଫୁଲ ରେଞ୍ଜ ପରୀକ୍ଷା କରିଛି । ଉତ୍ତର କୋରିଆ ଦ୍ୱାରା ଉତ୍ତକ୍ଷେପିତ ଉକ୍ତ କ୍ଷେପଣାସ୍ତ୍ରଟି ୬,୨୦୦ କିମି ଦୂୂରରେ ଥିବା ଲକ୍ଷ୍ୟସ୍ଥଳ ଭେଦ କରିପାରିବ । ଉତକ୍ଷେପଣର ୭୧ ମିନିଟ୍ରେ ଏହା ଉତ୍ତରକୋରିଆରୁ ଆସି ଜାପାନର ଜଳଭାଗରେ ପଡ଼ିଥିଲା । ଏହା କିମ୍ ଜଙ୍ଗ ଉନଙ୍କର ଏକ ଅକ୍ଷମଣୀୟ ଅପରାଧ ବୋଲି ଜାପାନ ପ୍ରଧାନମନ୍ତ୍ରୀ କହିଛନ୍ତି ।
