ଦିଲ୍ଲୀରେ ଭାରତ-ଚୀନ ବୈଠକ, ସୀମାରେ ସେନା ପଛକୁ ଫେରିବା ପାଇଁ ଉଭୟ ଦେଶ ସହମତ
ନୂଆଦିଲ୍ଳୀ : ଦିଲ୍ଲୀରେ ଚୀନର ବୈଦେଶିକ ମନ୍ତ୍ରୀ । ସୀମାର ଶାନ୍ତି ପାଇଁ ହୋଇଛି ଆଲୋଚନା । ଦିଲ୍ଲୀରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ । ଅଜିତ୍ ଡୋଭାଲଙ୍କୁ ଭେଟିବା ପରେ ୱାଙ୍ଗ ୟି ତାଙ୍କୁ ଚାଇନାକୁ ଆସିବାକୁ ନିମନ୍ତ୍ରଣ କରିଥିଲେ। ଉଭୟ ଦେଶ ସହମତ ହୋଇଥିଲେ ଯେ ସୀମାରେ ଶାନ୍ତି ପାଇଁ ସେନା ପଛକୁ ଫେରିବା ଆବଶ୍ୟକ । ସୀମା ବିବାଦ ଏବଂ କାଶ୍ମୀର ଉପରେ ମନ୍ତବ୍ୟ ମଧ୍ୟରେ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ପାକିସ୍ତାନରେ ଆୟୋଜିତ ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋପରେସନ୍ ଶିଖର ସମ୍ମିଳନୀରେ ଚୀନ୍ କାଶ୍ମୀର ଉପରେ ମନ୍ତବ୍ୟ ଦେଇଥିଲା, ଯେଉଁଥିରେ ଭାରତ ଅସନ୍ତୋଷ ପ୍ରକାଶ କରିଥିଲା । ଗତକାଲି ଅପରାହ୍ନ ପର୍ଯ୍ୟନ୍ତ ୱାଙ୍ଗ ୟିଙ୍କ ଭାରତ ଗସ୍ତରେ ସସପେନ୍ସ ରହିଥିଲା । ତା’ପରେ ସନ୍ଧ୍ୟାରେ ସେ କାବୁଲରେ ତାଲିବାନ ସହ ସାକ୍ଷାତ କରିବା ପରେ ଦିଲ୍ଲୀରେ ପହଞ୍ଚିଥିଲେ । ଉଭୟ ଦେଶ ସହମତ ହୋଇଥିଲେ ଯେ ଯେତେବେଳେ ଏଲଏସି ଉପରେ ସୈନ୍ୟ ନିୟୋଜନ କମିଯାଏ ସେତେବେଳେ ଉତ୍ତେଜନା ହ୍ରାସ ହୋଇପାରିବ। ପ୍ରଥମେ ସୈନିକମାନଙ୍କ ପଛକୁ ଫେରିବା ଆବଶ୍ୟକ ।
ସରକାରୀ ସୂତ୍ର ଅନୁଯାୟୀ, ଦ୍ୱିପାକ୍ଷିକ ସମ୍ପର୍କ ଆଗକୁ ବଢିବାକୁ ହେଲେ ଆଲୋଚନା ପାଇଁ ବାକି ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିବା ଏବଂ ପ୍ରତିବନ୍ଧକ ହଟାଇବା ଆବଶ୍ୟକ ବୋଲି ବୈଠକରେ କୁହାଯାଇଛି। ଡୋଭାଲ ଏହା ମଧ୍ୟ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତି କାହାର ସ୍ୱାର୍ଥରେ ନାହିଁ ଏବଂ କେବଳ ଶାନ୍ତି ଉପରେ ପରସ୍ପର ଆତ୍ମବିଶ୍ୱାସ ସୃଷ୍ଟି କରିବ। କୂଟନୈତିକ ଏବଂ ସାମରିକ ସ୍ତରରେ ସକାରାତ୍ମକ ସଂଳାପକୁ ସମର୍ଥନ କରାଯାଇଥିଲା ଯାହା ଦ୍ୱାରା ଶାନ୍ତି ଫେରାଇ ହୋଇପାରିବ । ଏନଏସଏ ସହିତ ବୈଠକରେ ଶେଷରେ ଚୀନ୍ ବୈଦେଶିକ ମନ୍ତ୍ରୀ ଡୋଭାଲଙ୍କୁ ଚୀନ୍ ଆସିବାକୁ ନିମନ୍ତ୍ରଣ କରିଥିଲେ । ଏହି ନିମନ୍ତ୍ରଣକୁ ଗ୍ରହଣ କରି ଡୋଭାଲ କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହେବା ମାତ୍ରେ ସେ ଚାଇନା ଗସ୍ତ କରିବେ । ତେବେ ଏହି ବୈଠକ ନିହାତି ଭାବେ ଭାରତ ଚୀନ ସୀମାରେ ପ୍ରଭାବ ପଡିବ । ଚୀନ ଭାରତ ସୀମାକୁ ଅତିକ୍ରମ କରିବାରେ ବିଫଳ ହେବ ।
