ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ଆଜି ଏହିସବୁ ଜିଲାରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ଫଳରେ ରାଜ୍ୟର କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସୋମବାର ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, ମାଲକାନଗିିରି, କୋରାପୁଟ, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱର ଜିଲାର କେତେକ ସ୍ଥାନରେ ବର୍ଷା ହୋଇପାରେ । ଏଭଳି ସ୍ଥିତି ଆସନ୍ତା ୨୫ ତାରିଖ ଯାଏଁ ଜାରି ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
ସେପଟେ ବଙ୍ଗୋସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଅବପାତର ରୂପ ନେଇଛି । ଏହା ଦକ୍ଷିଣ ପୂର୍ବ ବଙ୍ଗୋସାଗରର ଏବଂ ତତସଂଲଗ୍ନ ଦକ୍ଷିଣ ଆଣ୍ଡମାନ ସମୁଦ୍ର ଉପରେ ରହିଛି । ଆଜି ଏହା ଘୂର୍ଣ୍ଣିବଳୟର ରୂପ ନେଇପାରେ । ତେବେ ଏହି ସିଷ୍ଟମର ପ୍ରଭାବ ଓଡ଼ିଶା ଉପରକୁ ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
