ରାଜ୍ୟର ୫ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ଟିଟିଲାଗଡ ଉତପ୍ତ ସହର
ଭୁବନେଶ୍ୱର: ଚୈତ୍ର ମାସ ଆରମ୍ଭରୁ ତାପାମାତ୍ରା ବଢ଼ିବା ଆରମ୍ଭ ହୋଇଟାଇଛି । ସ୍ଥାନୀୟ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିିପୋର୍ଟ ଅନୁସାରେ ରବିବାର ରାଜ୍ୟର ୫ଟି ସହହରରେ ଦିନ ତାପମାତ୍ରା ୪୦ ଡ଼ିଗ୍ରି କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ୪୧.୪ ଡ଼ିଗ୍ରି ସହ ଟିଟିଲାଗଡ ରାଜ୍ୟର ଉତପ୍ତ ସହର ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ୱଷ୍ଟ କରାଯାଇଛି । ସେହିପରି ବଲାଙ୍ଗୀରରେ ୪୧ ଡ଼ିଗ୍ରି, ଅନୁଗୁଳରେ ୪୦.୧ ଡ଼ିଗ୍ରି, ବୌଦ୍ଧ ଏବଂ ବାରିପଦା ରେ ୪୦ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରରେ ୩୭.୬ ଡ଼ିଗ୍ରି ଏବଂ କଟକରେ ୩୭.୨ ଡ଼ିଗ୍ରି ଦିନ ତାପମାତ୍ରା ରେକର୍ଡ ହୋଇଛି ।
ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ବାଲେଶ୍ୱରରେ ତାପମାତ୍ରା ୩୫.୫ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ ୩୭.୩, କଟକରେ ୩୭.୨, ପାରାଦୀପରେ ୩୧.୮, ଗୋପାଳପୁରରେ ୩୧.୨, ପୁରୀରେ ୩୨.୫, ଝାରସୁଗୁଡ଼ାରେ ୩୮.୮, କେନ୍ଦୁଝରରେ ୩୮.୪ ଡିଗ୍ରି ତାପାମାତ୍ରା ରେକର୍ଡ ହୋଇଛି । ସମ୍ବଲପୁରରେ ୩୮.୬, ସୁନ୍ଦରଗଡ଼ରେ ୩୭.୫, ହୀରାକୁଦରେ ୩୭.୮, ତାଳଚେରରେ ୩୯.୦, ଭବାନୀପାଟଣାରେ ୩୭.୫, କୋରାପୁଟରେ ୩୪.୬, ଫୁଲବାଣୀରେ ୩୮.୪, ମାଲକାନଗିରିରେ ୩୬.୫, ସୋନପୁରରେ ୩୯.୫, ଦାରିଙ୍ଗବାଡ଼ିରେ ୩୨.୦, ନୟାଗଡ଼ରେ ୩୮.୦, ଛତ୍ରପୁରରେ ୩୭.୦, ପାରଳାଖେମୁଣ୍ଡିରେ ୩୭.୦, ରାୟଗଡ଼ାରେ ୩୭.୧, ଭଦ୍ରକରେ ୩୬.୦ ଓ ଯାଜପୁରରେ ୩୭.୨ ଡିଗ୍ରି ରେକର୍ଡ କରାଯାଇଛି ।
