୪ ସହର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କଲା ରୁଷିଆ
କିଭ୍: ରୁଷ-ୟୁକ୍ରେନ ମଧ୍ୟରେ ଲଗାତର ଭାବରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନ-ରୁଷିଆ ଯୁଦ୍ଧ ୧୨ ଦିନରେ ପହଞ୍ଚିଥିବା ବେଳେ ରୁଷ ସେନା ୟୁକ୍ରେନର ବହୁ ପ୍ରମୁଖ ସହର ସମେତ ଶତାଧିକ ସାମରିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସ୍ଥଳକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଛନ୍ତି।ଏହା ଭିତରେ ପୁଣି ଥରେ ଋଷିଆର ଯୁଦ୍ଧ ବିରତି ଘୋଷଣା । ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଋଷିଆ ୟୁକ୍ରେନର ୪ ସହର ପାଇଁ ସାମୟିକ ଯୁଦ୍ଧ ବିରତି ଘୋଷଣା କରାଯାଇଛି । ଯୁଦ୍ଧ ବିରତି ୪ ସହର ଗୁଡିକ ହେଉଛନ୍ତି କିଭ୍, ସୁମି, ମାରିଓପଲ ଓ ଖାରକିଭ। ଭାରତୀୟ ସମୟାନୁସାରେ ଦିନ ୧୨ଟା ୩୦ରୁ ଯୁଦ୍ଧ ବିରତି ଘୋଷଣା କରାଯାଇଛି। ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି ରୁଷିଆ ।
ସୂଚନା ଯେ, ଏହା ପୂର୍ବରୁ ମଧ୍ୟ ଦୁଇଟି ସହରରେ ଯୁଦ୍ଧ ଅଟକାଇଥିଲା ରୁଷିଆ । ମାର୍ଚ୍ଚ ୫ ତାରିଖରେ ୟୁକ୍ରେନର ୨ଟି ସହରରେ ସାମୟିକ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା । ମାରିୟୁପୋଲ ଓ ବୋଲନବାଖା ସହରରେ ସାମୟିକ ଅସ୍ତ୍ରବିରତି ଘୋଷଣା ହୋଇଥିଲା । ଭାରତୀୟ ସମୟ ଅନୁସାରେ, ଦିନ ୧୧ଟା ୩୦ରୁ ଅସ୍ତ୍ରବିରତି ଆରମ୍ଭ କରିଥିଲା ରୁଷ । ଦିନ ୧୧ଟା ୩୦ରୁ ସାଢ଼େ ୫ ଘଣ୍ଟା ଯାଏଁ ବନ୍ଦ ରହିଥିଲା ଯୁଦ୍ଧ ।
