ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣ ଘଟଣା : ଦୁଇ ମୃତ ,୨୩ ଆହାତ
ଶ୍ରୀନଗର : ଶ୍ରୀନଗରରେ ଗତ ରବିବାର ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ଆହତ ହୋଇଥିବା ଜଣେ ଯୁବତୀଙ୍କ ଆଜି ସକାଳେ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି। ବିସ୍ଫୋରଣ ହେତୁ ଏପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ଜଣ ଆହତ ହୋଇଛନ୍ତି।
ଗ୍ରେନେଡ ଆକ୍ରମଣରେ ଶ୍ରୀନଗରର ଦାର୍ଗା ହାଜ୍ରାଟବାଲ ନିବାସୀ ୧୯ବର୍ଷୀୟ ବୟସ୍କା ରାଫିଆ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ଶ୍ରୀନଗରର ଏସଏମଏଚଏସ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ବିସ୍ଫୋରଣରେ ସେ ଏକାଧିକ ଆଘାତ ପାଇ ମୃତ୍ୟୁ ବରଣ କରିଥିଲେ।
ଗତ ରବିବାର ଆମିରା କାଦଲ ନିକଟ ବ୍ୟସ୍ତବହୁଳ ବଜାରରେ ଆତଙ୍କବାଦୀମାନେ ଗ୍ରେନେଡ ଲଗାଇଥିଲେ। ଏହି ଆକ୍ରମଣ ସିସିଟିଭିରେ କଏଦ ହୋଇଥିଲା। ବଜାରରେ ଏକ ବିସ୍ଫୋରଣ ହେଉଥିବାର ଦେଖିବାକୁ ମିଳିଥିଲା। ଶ୍ରୀନଗର ସହରର ଜଣେ ବୃଦ୍ଧଙ୍କୁ ଘଟଣାସ୍ଥଳରେ ହିଁ ମୃତ ହୋଇଥିଲ। ଏହି ବିସ୍ଫୋରଣରେ ସେମାନଙ୍କ ମଧ୍ୟରୁ ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଥିବା ପୋଲିସ କହିଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ଏବଂ ତାଙ୍କୁ ଟ୍ରାକ୍ କରିବା ପାଇଁ ସେମାନେ ସିସିଟିଭି ଫୁଟେଜ୍ ବିଶ୍ଳେଷଣ କରୁଛନ୍ତି। ଏହାସହ ସେଠାକାର ଲୋକମାନଙ୍କୁ ସଜାଗ ରହିବାକୁ ଏବଂ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ସୂଚନା ପାଇଲେ ପୋଲିସକୁ ଜଣାଇବାକୁ ପୋଲିସ ଲୋକ ଙ୍କୁ ନିବେଦନ କରିଛି।
