ଘାଟିକୁ ଖସିଲା ଏସୟୁଭି, ୫ ମୃତ
ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରର ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜାମୋଡା ନିକଟରେ ଦେଖିବାକୁ ମିଳିଛି ଏକ ଦୁର୍ଘଟଣା | ରାସ୍ତା ଉପରୁ ଘାଟିକୁ ଏସୟୁଭି ଖସିପଡିବାରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଅନ୍ୟ ଜଣେ ଆହତ ହୋଇଛନ୍ତି । ଅଧିକାରୀଙ୍କ କହିବାନୁସାରେ, ଗାଡିର ଅଧିବାସୀମାନେ ପଞ୍ଜାବ ଶ୍ରୀନଗର ଅଭିମୁଖେ ଯାଉଥିଲେ ।
ଶନିବାର ଦିନ ମାନସର ଜାମୋଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ଅଧିକାରୀ କହିଛନ୍ତି ଜାମୋଡା ନିକଟରେ ଡ୍ରାଇଭର ଜଣଙ୍କ ଏସୟୁଭିର ନିୟନ୍ତ୍ରଣ ହରାଇବା ପରେ ଘାଟିରେ ପଡିଯାଇଥିଲା । ଏସୟୁଭିରେ ୬ ଜଣ ଥିଲେ । ଉଦ୍ଧାରକାରୀମାନେ ପାଞ୍ଚ ଜଣଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସାମ୍ବା ଷ୍ଟେସନ ହାଉସ ଅଫିସର ଦୀପକ ଜାସ୍ରୋଟିଆ କହିଛନ୍ତି, “ମୃତ ବ୍ୟକ୍ତି ଜଣକ ଗୁଲଜାର ଅହମ୍ମଦ ଭଟ, ତାଙ୍କ ପତ୍ନୀ ଜାରା ବେଗମ୍ ଏବଂ ପୁଅ ମହମ୍ମଦ ଇକବାଲ ଏବଂ ତାଙ୍କ ଝିଅ ସମରତଙ୍କ ପରିଚୟ ମିଳିଥିବାବେଳେ ଷଷ୍ଠ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ । ଡ୍ରାଇଭର ସାକିବ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
